ପାଠକ୍‌ ବାପା-ପୁଅ ପରେ ଏବେ ପ୍ରଦୀପଙ୍କ ସହଯୋଗୀ ସର୍ବେଶ୍ୱର ଯିବେ ରିମାଣ୍ଡରେ, ସାମ୍ନାକୁ ଆସିବ ନୂଆ ତଥ୍ୟ

1 min read
Akash Pathak

ଭୁବନେଶ୍ୱର: ପାଠକ ବାପା-ପୁଅ ପରେ ଏବେ ମଧ୍ୟସ୍ତି ବି ଯିବେ ରିମାଣ୍ଡରେ । ଆକାଶଙ୍କୁ ଶିକାର ଯୋଗାଉଥିବା ଆଉ ଚାକିରି ଦେବା ନାଁରେ ଠକେଇରେ ସିଧାସଳଖ ସମ୍ପୃକ୍ତ ଥିବା ଅବସରପ୍ରାପ୍ତ ଅଧ୍ୟାପକ ସର୍ବେଶ୍ୱର ରାଓଙ୍କୁ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଆଇଟି । ଏନେଇ ଗୁରୁବାର ସୂଚନା ମିଳିଛି । ଦୁଇ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ମିଳିଛି । ସର୍ବେଶ୍ୱର ଏବେ ଝାରପଡ଼ା ଜେଲ୍‌ରେ ଅଛନ୍ତି ।

Sarbeswar Rao

ସ୍କାଏ କିଙ୍ଗ୍ ୬୫ ଲକ୍ଷ ଟଙ୍କା ଠକେଇ ମାମଲା । କୋର୍ଟରେ ହାଜର ପରେ ଜେଲ ଗଲେ ଅଭୟକାନ୍ତ ପାଠକ । ବୁଧବାର ୨ ଦିନିଆ ରିମାଣ୍ଡ ସରିବା ପରେ ତାଙ୍କୁ ଆଜି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା । ପୁଅର ଠକେଇ ପଛର ସତ ଜାଣିବା ପାଇଁ ୨ ଦିନିଆ ରିମାଣ୍ଡରେ ଅଭୟଙ୍କୁ ମାରାଥନ ପଚରାଉଚରା କରିଥିଲା ଖାରବେଳନଗର ଥାନା ପୋଲିସ । ରିମାଣ୍ଡ ବେଳେ ପୁଅ ଠକେଇର ଗୁମର ଖୋଲିଛନ୍ତି ଅଭୟ ।

ନିଜେ ଅଭୟ ହିଁ ପୁଅ ଆକାଶକୁ ସଜାଇଥିଲେ ଟାଟାର ନକଲି ଏମଡି । ଅଭୟଙ୍କ ଟଙ୍କାରେ ପୁଅ କରୁଥିଲା ଅୟେସ, ବୁକିଂ ହୋଇଥିଲା ହୋଟେଲ ଓ ଫ୍ଲାଇଟ । ୨ ଦିନିଆ ରିମାଣ୍ଡରେ ଏସବୁର ସତ୍ୟ ଓଗାଳିଛନ୍ତି ଅଭୟ ପାଠକ । ସେହିପରି ୪ ଦିନିଆ ରିମାଣ୍ଡ ସମୟରେ ପୁଅ ଆକାଶ ଦେଇଥିବା ତଥ୍ୟକୁ କ୍ରସ ଚେକ୍ ବି କରିଛି କମିଶନରେଟ୍‌ ପୋଲିସ । ସେପଟେ ଆକାଶ ଓ ଅଭୟକାନ୍ତ ପାଠକଙ୍କ ଜାମିନ ଖାରଜ କରିଛନ୍ତି ଏଡିଜେ-୩ କୋର୍ଟ ।

Leave a Reply