ଏସଆଇଟି କବଜାରେ ପରୀ ହତ୍ୟା ଅଭିଯୁକ୍ତ
1 min read
ଭୁବନେଶ୍ୱର: ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଜଣେ ଗିରଫ । ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ନେଇ (ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ) ଏସଆଇଟି ସ୍ପଷ୍ଟ କରିଛି । ତେବେ ଏସଆଇଟି ଅଭିଯୁକ୍ତର ନାଁ ପ୍ରକାଶ କରିନାହିଁ । ଆସନ୍ତାକାଲି ପକସୋ କୋର୍ଟରେ ଅଭିଯୁକ୍ତକୁ ହାଜର କରାଯିବ । ଅଭିଯୁକ୍ତ ନାଁରେ ସଙ୍ଗୀନ ଦଫା ଲାଗିଛି । IPCର ଧାରା ୩୭୬-ଏ/୩୭୬-ଏବି/୩୬୪/୩୦୨/୨୦୧ ଦଫା ଲାଗିଛି ଅଭିଯୁକ୍ତ ବିରୋଧରେ ।
ଗତକାଲି ଏସଆଇଟି ଯଦୁପୁର ଗାଁର ସରୋଜ ସେଠୀଙ୍କୁ ଉଠାଇ ଆଣି ଜେରା କରିଥିଲା । ପଲିଗ୍ରାଫ ଟେଷ୍ଟ ପରେ ସରୋଜଙ୍କୁ ଅଟକ ରଖାଯାଇଥିଲା । ପୂର୍ବରୁ ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା କହିଥିଲା ଏସଆଇଟି । ଏନେଇ ଏସଆଇଟି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା ।
ପରୀ ହତ୍ୟା ମାମଲାର ତଦନ୍ତ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ଜଣିଆ ଏସଆଇଟି ଟିମ୍ କରୁଛନ୍ତି । ଗତ ଜୁଲାଇ ୨୩ରେ ନୟାଗଡ଼ ଜିଲ୍ଲା ଯଦୁପୁରର ପରୀକୁ ରହସ୍ୟଜନକ ଭାବେ ହତ୍ୟା କରାଯାଇଥିଲା । ପରୀକୁ ପରେ ଘର ବାରିପଟେ ଅସ୍ତି କଙ୍କାଳକୁ ଫିଙ୍ଗି ଦିଆଯାଇଥିଲା । ରାଜ୍ୟ ସରକାର ପରୀ ହତ୍ୟାକାଣ୍ଡର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଡିସେମ୍ବର ପହିଲାରୁ ଏସଆଇଟି ଆରମ୍ଭ କରିଥିଲା ତଦନ୍ତ ।