ରାସ୍ତା ଉପରେ ଜଗି ବସିଥିଲା ମୃତ୍ୟୁ, ଟ୍ରକ୍ ପଛରେ ସ୍କୁଟି ପିଟି ସାନ ଭଉଣୀର ମୃତ୍ୟୁ ବଡ଼ ଭଉଣୀ ଗୁରୁତର
1 min read
ଚଣ୍ଡିଖୋଲ: ରାସ୍ତାରେ ଉପରେ ଜଗି ବସିଥିଲା ମୃତ୍ୟୁ । ଘରୁ ହସ ଖୁସିରେ ବାହାରିଥିଲେ । ଶୀତୁଆ ସକାଳରେ କୋଚିଂ ପାଇଁ ବାହାରିଥିଲେ ଟ୍ୟୁସନ । ହେଲେ ତାଙ୍କ ବିଧିର ବିଧାନରେ ବୋଧେ କିଛି ଅଲଗା ଲେଖାଥିଲା । କିଏବା ଜାଣିଥିଲା ଟ୍ୟୁସନ ବଦଳରେ ସେ ଆରପାରିରେ ପହଞ୍ଚିଯିବେ ବୋଲି । ଏମିତି ଏକ ଘଟଣା ଯାହା ଚଣ୍ଡିଖୋଲରେ ଦେଖିବାକୁ ମିଳିଛି । ଟ୍ରକ ପଛପଟୁ ପିଟିଲା ସ୍କୁଟି ଘଟଣା ସ୍ଥଳରେ ଜଣେ ମୃତ ଅନ୍ୟ ଜଣେ ଗୁରୁତର ।
NH ୧୬ ରଥିଆ ଛକ ନିକଟରେ ଦୁର୍ଘଟଣା ହୋଇଛି । ଦୁଇ ଭଉଣୀ ଜାରକା ଯାଉ ଥିବା ସମୟ ରେ ଦୁର୍ଘଟଣା । ପୂର୍ବରୁ ଏଠାରେ ପୂର୍ବରୁ ଅଟକି ରହିଥିବା ଏକ ଟ୍ରକ୍ ପଛରେ ପିଟି ହୋଇ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ, ବଡ଼ ଭଉଣୀ ଗୁରୁତର ହୋଇଥିବା ଜଣାଯାଇଛି। ମୃତ ଛାତ୍ରୀ ହେଉଛନ୍ତି ନେଉଳପୁର ଗାଁର ସନ୍ତୋଷ କୁମାର ବେହେରାଙ୍କ ମଝିଆଁ ଝିଅ ଶ୍ୱେତା ଏବଂ ଆହତ ବଡ଼ ଝିଅ ସଂଗୀତା । ଉଭୟ ଏକ ନୂଆ ଆକ୍ଟିଭା ୬ଜି ସ୍କୁଟିରେ ଜାରକାକୁ ଟିଉସନ ହେବା ପାଇଁ ଆସୁଥିଲେ ।