ନିଜର ବ୍ୟବହାର ପାଇଁ ସମାଲୋଚନାର ଶିକାର ହେଉଛନ୍ତି ସିରାଜ, ବିସିସିଆଇ କହିଲା…

1 min read

ନନ୍ଦିଘୋଷ ବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟ ହାରିଛି ଭାରତ । ପ୍ରଥମ ପାଳିରେ ଯେତେବେଳେ ଅଷ୍ଟ୍ରେଲିୟ କ୍ରିକେଟର ଟ୍ରାଭିସ୍ ହେଡଙ୍କୁ ସିରାଜ ବୋଲ୍ଡ କରିଥିଲେ ଏହାକୁ ନେଇ ସେ ଅତ୍ୟଧିକ ଖୁସି ହୋଇଥିଲେ । ଏବଂ ନିଜର ବ୍ୟବହାର ଉପରେ ଶାଳିନତା ରଖିନଥିବା ସୋସିଆଲ ମିଡିଆରେ କ୍ରିଡ଼ା ସମୀକ୍ଷକମାନେ କହିଛନ୍ତି । କେବଳ ଏତିକି ନୁହେଁ ଏବେ ସୋସିଆଲ ମିଡିଆରେ ସିରାଜଙ୍କୁ ମଧ୍ୟ ଟ୍ରୋଲ କରାଯାଇଛି । ସେପଟେ ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟରମାନେ ସିରାଜଙ୍କ ସିଧା ସଳଖ ଟାର୍ଗେଟ କରିବା ଭଳି ମନ୍ତବ୍ୟ ଦେଉଛନ୍ତି । ପୂର୍ବତନ ଅଧିନାୟକ ମାର୍କ ଟେଲର ସିଧାସଳଖ ବିସିସିଆଇକୁ ଚେତାବନି ଦେଇ କହିଛନ୍ତି କି, ତାଙ୍କୁ ଶାନ୍ତ ରଖନ୍ତୁ । ଏହା ସହ ସେ କହିଛନ୍ତି କି, ଖେଳରେ ଖୁସି ହେବା ଭଲ କିନ୍ତୁ ଏପରି ବ୍ୟବହାର ଶୋଭନୀୟ ନୁହେଁ । ସେ ଆଉଟ୍ କରିବା ପରେ ଅମ୍ପାୟାର ନିଷ୍ପତ୍ତିକୁ ମଧ୍ୟ ଦେଖୁ ନାହାନ୍ତି । ନିଜର କ୍ରୋଧ ଉପରେ ନିୟନ୍ତ୍ରଣ କରିପାରୁନାହାନ୍ତି ।

ସେପଟେ ସିରାଜଙ୍କ ଏପରି ବ୍ୟବହାର ପାଇଁ ତାଙ୍କୁ ଫାଇନ୍ କରାଯାଇଛି । ମ୍ୟାଚ ଫି’ର ୨୦- ପ୍ରତିଶତ କଟାଯାଇଛି । ବିସିସିଆଇ ଗୋଟିଏ ଟେଷ୍ଟ ମ୍ୟାଚ ପାଇଁ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରିଥାଏ । ତେବେ ସିରାଜଙ୍କ ଏଭଳି ବ୍ୟବହାର ପାଇଁ ତାଙ୍କୁ ୩ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡ଼ିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଦ୍ବିତୀୟ ମ୍ୟାଚରେ ଏଭଳି ବ୍ୟବହାର ପରେ ତୃତୀୟ ଟେଷ୍ଟରେ ତାଙ୍କୁ ଦଳରେ ସ୍ଥାନ ମିଳୁଛି କି ନାହିଁ ତାହା ଦେଖିବାକୁ ବାକି ରହିଛି । ଆସନ୍ତା ୧୪ ତାରିଖରୁ ତୃତୀୟ ଟେଷ୍ଟ ଖେଳାଯିବ । ଏବେ ସିରିଜ ୧-୧ରେ ରହିଛି ।