ଓଡ଼ିଶା ହାଇକୋର୍ଟରେ ରେକର୍ଡ, ଦିନକରେ ୩୨ ମାମଲାର ଶୁଣାଣି

କଟକ: ଓଡ଼ିଶା ହାଇକୋର୍ଟରେ ରେକର୍ଡ । ଦିନକରେ ୩୨ ମାମଲାର ହେଲା ଶୁଣାଣି । ଗତକାଲି ଜଣିକିଆ ଖଣ୍ଡପୀଠରେ ୩୨ଟି ମାମଲାର ରାୟ ଶୁଣାଇଛନ୍ତି ଜଷ୍ଟିସ ଦେବବ୍ରତ ଦାଶ । ୟା ଭିତରେ ଅଧିକାଂଶ ମାମଲା ଥିଲା ତଳ କୋର୍ଟରେ ହୋଇଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ । କିଛି ୧୯୮୮ ଓ ୧୯୯୦ ମସିହାର ମାମଲାର ମଧ୍ୟ ଶୁଣାଣି କରାଯାଇଛି । ବିଚାରପତିଙ୍କ ଏଭଳି ଶୁଣାଣିକୁ ପ୍ରଶଂସା କରିଛନ୍ତି ଓକିଲ । ଓଡ଼ିଶା ହାଇକୋର୍ଟରେ ସେପ୍ଟେମ୍ବର ୨୩ ସୁଦ୍ଧା ୧ଲକ୍ଷ ୭୨ହଜାର ମାମଲା ବିଚାରାଧୀନ ରହିଛି। ସେଥିମଧ୍ୟରୁ ୬୭ ହଜାରରୁ ଅଧିକ ମାମଲା ସିଭିଲ୍ ଲିଟ୍ ଆବେଦନ ସମ୍ବନ୍ଧୀୟ । ପ୍ରାୟ ୨୦ ହଜାର ଅପରାଧିକ ମାମଲା ବିଚାରାଧୀନ ରହିଛି ।