କୃଷକ ଆନ୍ଦୋଳନ: ଜିଦ୍ ଛାଡ଼ି ଦାବି ମାନିନେବାକୁ ସରକାରଙ୍କୁ ଆନ୍ଦୋଳନରତ ଚାଷୀଙ୍କ ନିବେଦନ

ଭୁବନେଶ୍ୱର: ୨୮ ଦିନରେ ପହଞ୍ଚିଛି ଅନ୍ନଦାତାଙ୍କ ଆନ୍ଦୋଳନ । ଏହାରି ମଧ୍ୟରେ ସମାଧାନର ବାଟ ବାହାର କରିବାକୁ ବହୁବାର ସରକାରଙ୍କ ସହ ହୋଇଛି ବୈଠକ । କନ୍ତୁ ସବୁଥର ବିଫଳ ହୋଇଛି ହୋଇଛି ଆଲୋଚନ । ବୁଧବାର ମଧ୍ୟ କେନ୍ଦ୍ର ସରକାର ଆନ୍ଦୋଳନରତ ଚାଷୀଙ୍କ ସହ ବୈଠକ କରିବା ପାଇଁ ପ୍ରସ୍ତାବ ପଠାଇଥିବା ବେଳେ କୌଣସି ପ୍ରକାରର ବୈଠକ କରିବାକୁ ସିଧାସଳଖ ମନା କରିଦେଇଛନ୍ତି କୃଷକ ସଂଗଠନ । ଆମେ କୃଷି ବିଲରେ କୌଣସି ସଂଶୋଧନ ଆଣିବାକୁ ଚାହୁଁନାହୁଁ ବରଂ ଏହି ଆଇନକୁ ରଦ୍ଧ କରାଯିବା ଦାବି ଅଟଳ ଅଛନ୍ତି କୃଷକ ।
ସର୍ବନିମ୍ନ ସହାୟକ ମୂଲ୍ୟ ସମ୍ପର୍କରେ ସରକାରଙ୍କ ତରଫରୁ ଆସିଥିବା ପ୍ରସ୍ତାବ ସଠିକ ବିବରଣୀ ଦିଆଯାଇନାହିଁ । ସରକାର ବାରମ୍ୱାର କୌଣସି ଅର୍ଥହୀନ ସଂଶୋଧନର ପ୍ରସ୍ତାବ ପରିବର୍ତ୍ତେ ଆଗାମୀ ବୈଠକ ପାଇଁ ଠୋସ ପ୍ରସ୍ତାବ ନେଇ ଆସନ୍ତୁ ବୋଲି କହିଛନ୍ତି ଆନ୍ଦୋଳନରତ କୃଷକ ।