ସୁପ୍ରିମକୋର୍ଟ ପହଞ୍ଚିଲା ସିଂଘୁ ସୀମାରେ ଦଳିତ ଯୁବକଙ୍କୁ ହତ୍ୟା ମାମଲା

Singhu Border Dalit Murder Case, Petition Filed Supreme Court

ନୂଆଦିଲ୍ଲୀ: ସିଂଘୁ ସୀମାରେ ୨୫ ବର୍ଷିଅ ଦଳିତ ଯୁବକଙ୍କୁ ହତ୍ୟା ଓ ଶବ ସହ ବର୍ବରତା ମାମଲାକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ସିଂଘୁ ବର୍ଡରକୁ ଖାଲି କରିବାକୁ ଆବେଦନ କରାଯାଇଛି । କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ବିରୋଧ କରି ଗତବର୍ଷରୁ ପଞ୍ଜାବ, ହରିୟାଣା ଓ ପଶ୍ଚିମ ୟୁପିର କୃଷକ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ କରୁଛନ୍ତି । ସେଥିମଧ୍ୟରୁ ସିଂଘୁ ଏକ ସୀମା । ଯେଉଁଠି ଶୁକ୍ରବାର ସକାଳୁ ଜଣେ ଯୁବକଙ୍କ ମୃତଦେହ ବ୍ୟାରିକେଡରେ ଝୁଲୁଥିଲା ।

ଲଖବୀର ସିଂହଙ୍କ ହତ୍ୟା ମାମଲାରେ ଆଇନଜୀବୀ ଶଶାଙ୍କ ଶେଖର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମାମଲାର ଶୀଘ୍ର ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କୁ ଗୁହାରି କରିଛନ୍ତି । ଏଥିସହ ସିଂଘୁ ସୀମାରୁ ଆନ୍ଦୋଳନକାରୀଙ୍କୁ ହଟାଇବା ଲାଗି ସେ ଦାବି କରିଛନ୍ତି । ସୂଚନାଯୋଗ୍ୟ, କୃଷକ ଆନ୍ଦୋଳନ ମଞ୍ଚ ନିକଟରୁ ହିଁ ଦଳିତ ଯୁବକ ଲଖବୀରଙ୍କ ମୃତଦେହ ମିଳିଛି ।

ଏହି ମାମଲାରେ ଜଣେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ଆତ୍ମସମର୍ପଣ କରିଥିବା ନିହଙ୍ଗ ସରବଜିତ ସିଂହ, ଲଖବୀରକୁ ହତ୍ୟା କରିଥିବା କହିଛି । ପୋଲିସ ଶନିବାର ନିହଙ୍ଗକୁ କୋର୍ଟରେ ହାଜର କରିବ । ସରବଜିତକୁ ନିହଙ୍ଗ ହତ୍ୟା କରିଥିବା ମାନିଛି । ରାତି ପ୍ରାୟ ୩ଟା ବେଳେ ମାରିଥିବା କହିଛି ।

Leave a Reply