‘ଭୁଲ ଭୁଲେୟା -୩’ ବନାମ ‘ସିଙ୍ଘମ ଏଗେଇନ’ : ଆଡଭାନ୍ସ ବୁକିଙ୍ଗରେ କିଏ ଆଗରେ ଅଛି ?
1 min readମୁମ୍ବାଇ : ଦୀପାବଳିରେ ଗୋଟିଏ ପଟେ ‘ସିଙ୍ଘମ ଏଗେଇନ’ ଓ ଆଉ ଗୋଟିଏ ପଟେ ‘ଭୁଲ ଭୁଲେୟା -୩’ ରିଲିଜ ହେବାକୁ ଯାଉଛି । ଦୁଇଟି ଫିଲ୍ମର ଆଡଭାନ୍ସ ବୁକିଙ୍ଗ ଆରମ୍ଭ ହୋଇଗଲାଣି । ଏବେ ପ୍ରଶ୍ନ ଉଠୁଛି କାହାର କେତେ ରୋଜଗାର ହୋଇଛି ? ଆସନ୍ତୁ ଜାଣିବା ଆଡଭାନ୍ସ ବୁକିଙ୍ଗରେ କିଏ ଆଗରେ ଅଛି ଆଉ କିଏ ପଛରେ ଅଛି ?
ଅଜୟ ଦେବଗନଙ୍କ ’ସିଙ୍ଘମ ଏଗେଇନ‘ ଫିଲ୍ମର ଆଡଭାନ୍ସ ବୁକିଙ୍ଗ ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି । ମଙ୍ଗଳବାର ସକାଳୁ ‘ସିଙ୍ଘମ ଏଗେଇନ’ ଫିଲ୍ମର ଆଡଭାନ୍ସ ବୁକିଙ୍ଗ ଆରମ୍ଭ ହୋଇଥିବା ବେଳେ ଦ୍ବିପହର ବେଳକୁ ଏହାର ରୋଜଗାର ୧୧.୭୨ ଲକ୍ଷ ଟଙ୍କା ହୋଇଯାଇଥିଲା ।
ଯଦି ‘ଭୁଲ ଭୁଲେୟା-୩’ କଥା କହିବା ତାହା ହେଲେ ଏହି ଫିଲ୍ମର ଆଡଭାନ୍ସ ବୁକିଙ୍ଗ ସୋମବାର ଠାରୁ ଆରମ୍ଭ ହୋଇଥିଲା । ମଙ୍ଗବାର ଦ୍ବିପହର ବେଳକୁ ୧୨.୮୩ ଲକ୍ଷ ଟଙ୍କା ଆଡଭାନ୍ସ ବୁକିଙ୍ଗରେ ରୋଜଗାର କରିଛି । ଯଦି ‘ସିଙ୍ଘମ ଏଗେଇନ’କୁ ‘ଭୁଲ ଭୁଲେୟା-୩’ ସହିତ ତୁଳନା କରାଯାଏ, ତାହା ହେଲେ ‘ସିଙ୍ଘମ ଏଗେଇନ’ କମ ସମୟରେ ଅଧିକ ରୋଜଗାର କରିଛି । ଏଥିରୁ ଜଣା ପଡୁଛି ‘ଭୁଲ ଭୁଲେୟା-୩’ କୁ ପଛରେ ପକାଇ ଦେଇଛି ‘ସିଙ୍ଘମ ଏଗେଇନ’ । ଏହି ତିନି ଦିନରେ କିଏ କେତେ ଟଙ୍କା ରୋଜଗାର କରିବ ତାହା ଆଗାମୀ ଦିନରେ ଜଣାପଡିଛି ।