spot_img

Latest Posts

T-ସିରିଜ୍ ମାଲିକ ଭୁଷଣ କୁମାରଙ୍କୁ କ’ଣ ପାଇଁ ଧମକ ଦେଲେ ସୋନୁ ନିଗମ ?

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରଠାରୁ ବଲିଉଡରେ ନିପୋଟିଜମକୁ ନେଇ ଚର୍ଚ୍ଚା ଜୋର ଧରିିଛି । ଏହାରି ଭିତରେ ନିକଟରେ ଗାୟକ ସୋନୁ ନିଗମ ଗୋଟିଏ ଭିିଡିଓ କରି ବଲିଉଡର ଦୁଇଟି ବଡ ମ୍ୟୁଜିକ୍ କମ୍ପାନୀ ଓ ତାର ମାଲିକଙ୍କୁ ଟାର୍ଗେଟ୍ କରିଥିଲେ । ଏହି ଦୁଇ କଂପାନୀ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀରେ ମାଫିଆରାଜ୍ ଚଳାଇଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ତାଙ୍କ ନିଶାନାରେ ଟି-ସିରିଜ୍ ଓ ଏହାର ମାଲିକ ଭୁଷଣ କୁମାର ଥିଲେ କିନ୍ତୁ ସେ ଭୁଷଣଙ୍କ ନାମ ନେଇନଥିଲେ । କିନ୍ତୁ ସୋମବାର ଆଉ ଗୋଟିଏ ଭିଡିଓ ଜାରି କରି ସେ ଭୁଷଣଙ୍କୁ ସିଧା ସଳଖ ଟାର୍ଗେଟ୍ କରିଛନ୍ତି । ସୋନୁ ଏହି ଭିଡିଓରେ ମଡେଲ ମରୀନ କୁଂଅରଙ୍କ ନାମ ନେଇ ଭୁଷଣଙ୍କୁ ଧମକ ଦେଇଛନ୍ତି ଯେ, ଯଦି ସେ ତାଙ୍କ ସହ ଲାଗନ୍ତି ତେବେ ମରୀନାଙ୍କ ଭିଡିଓ ୟୁଟ୍ୟୁବରେ ସେୟାର କରିବେ ।

ବଲିଉଡ ଗାୟକ ସୋନୁ ନିଗମ ଓ ଟି-ସିରିଜ କମ୍ପାନୀ ମାଲିକ ଭୂଷଣ କୁମାରଙ୍କ ମଧ୍ୟରେ ଥିବା ମଦଭେଦ ସାମ୍ନାକୁ ଆସିଛି । ଏକ ଭିଡିଓ ଜାରି କରି ସୋନୁ ନିଗମ ଭୂଷଣ କୁମାରଙ୍କୁ ଧମକ ଦେବା ସହ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ନକରିବା ପାଇଁ ଚେତାଇ ଦେଇଛନ୍ତି । ଭିଡିଓରେ ସୋନୁ କହିଛନ୍ତି ଯେ ଏବେ ମୋତେ ବାଧ୍ୟ ହୋଇ ନାଁ ନେବାକୁ ପଡ଼ିବ । ମୁଁ ତମେ କହି ସମ୍ମାନ ମଧ୍ୟ ଦେବାକୁ ଚାହୁଁନି । ଭୁଲ ଲୋକ ସହ ପଙ୍ଗା ନେଇ ସାରିଛ । ଏହାବ୍ୟତୀତ ମଡେଲ ମରିନା କୁଅଁର ଓ ଭୂଷଣ କୁମାରଙ୍କର ସମ୍ପକକୁ ନେଇ ବିବାଦୀୟ ଭିଡିଓ ଜାରି କରିବା ପାଇଁ ମଧ୍ୟ ସୋନୁ ଭୂଷଣଙ୍କୁ ଧମକ ଦେଇଛନ୍ତି ।

sonu-bhushan conflict

ସୋନୁଙ୍କ ଅନୁସାରେ ଭୂଷଣ ଇଣ୍ଡଷ୍ଟ୍ରୀର ୬ ଜଣ ପ୍ରତିଷ୍ଠିତ ଗାୟକଙ୍କୁ ତାଙ୍କ ବିରୋଧରେ କହିବାକୁ ଉସକାଉଛନ୍ତି ।  ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭୁଲିଗଲୁଣି ଯେ, ଦିନେ ମୋ ଘରକୁ ଆସି କହୁଥିଲୁ ଭାଇ ମୋ ଆଲବମ୍ କରିଦିଅ, ଭାଇ ଦିବାନା କରିଦିଅ, ଭାଇ ମୋତେ ସାହରାଶ୍ରୀଙ୍କ ସହ ଭେଟ କରାଇଦିଅ.. ଭାଇ ବାଲ ଠାକରେଙ୍କ ସହ ଭେଟ କରାଇ ଦିଅ.. ଭାଇ ଆବୁ ସାଲେମଠୁ ବଂଚାଇ ଦିଅ.. ମନେ ଅଛି ତ’.. ମୁଁ ତତେ ଏବେ କହୁଛି ମୋ ସହ ଲାଗନି.. ମରୀନା କୁଂଅର ମନେ ଅଛି ତ, ସେ କ’ଣ କହୁଥିଲା ? ତା’ ଭିଡିଓ ମୋ ପାଖରେ ଅଛି.. ତୁ ଯଦି  ମୋ ସହ ଲାଗୁ ତେବେ ତା’ର ଭିଡିଓକୁ ମୁଁ ୟୁଟ୍ୟୁବରେ ଅପଲୋଡ୍ କରିଦେବି ।

ପୂର୍ବରୁ ଗୁରୁବାର ଦିନ ସୋନୁ ଏକ ଭିଡିଓ ଜାରି କରି ସେଥିରେ ସଙ୍ଗୀତ ଜଗତରେ ଚାଲିଥିବା ଏକଛତ୍ରବାଦ ଓ ପକ୍ଷପାତିତା ସମ୍ପକର୍ରେ ଦଶର୍କଙ୍କୁ ଅବଗତ କରାଇଥିଲେ । ଭିଡିଓରେ ସେ କହିଥିଲେ ଯେ, ପୁରା ସଙ୍ଗୀତ ଜଗତ କେବଳ ଦୁଇଟି ପ୍ରମୁଖ ସଙ୍ଗୀତ କମ୍ପାନୀ ଦ୍ୱାରା ପରିଚାଳିତ ହେଉଛି । ସଙ୍ଗୀତ ଜଗତରେ ଏଭଳି ଅନେକ ମାଫିଆ କାମ କରୁଛନ୍ତି ଯେଉଁମାନେ ସଙ୍ଗୀତକୁ ବ୍ୟବସାୟରେ ପରିଣତ କରିସାରିଲେଣି । ସେ କୌଣସି ନିର୍ଦ୍ଦିଷ୍ଟ ସଙ୍ଗୀତ କମ୍ପାନୀର ନାମ ନନେଇ କେବଳ ନୂଆ କରି ବଲିଉଡକୁ ଆସୁଥିବା କଳାକର ଓ ଗାୟକ/ ଗାୟିକାଙ୍କ ସହ ଭଲ ବ୍ୟବହାର କରିବାକୁ ସଙ୍ଗୀତ କମ୍ପାନୀଗୁଡିକୁ ନିବେଦନ କରିଥିଲେ । ମାତ୍ର ଏବେ ତାଙ୍କ ଅଭିଯୋଗ ଏହା ଯେ ଟି-ସରିଜ ମାଲିକ ଭୂଷଣ କୁମାର ତାଙ୍କ ବିରୋଧରେ ଚକ୍ରାନ୍ତ କରିବା ସହ ତାଙ୍କ ପ୍ରିୟଜନମାନଙ୍କୁ ତାଙ୍କ ବିରୋଧ କହିବାକୁ ପ୍ରବର୍ତ୍ତାଉଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବଲିଉଡ ତାରକା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିବା ପରେ ବଲିଉଡର ଅନେକ ଗୁମର ସାର୍ବଜନୀନ ହେଉଛି ।

Latest Posts

Don't Miss