ଶୋ’ ପରେ ସୁର ହରାଇଲେ ଶ୍ରେୟା, ଚାଲିଛି ଚିକିତ୍ସା ଚିନ୍ତାରେ ଫ୍ୟାନ୍ସ

ନ୍ୟୁୟର୍କ: ଶ୍ରେୟା ଘୋଷାଲଙ୍କ କଣ୍ଠରୁଦ୍ଧ  । ଏକ ଶୋ’ ପରେ ଶ୍ରେୟାଙ୍କ ସ୍ବର ଚାଲିଯିବା ଘଟଣା ତାଙ୍କ ଫ୍ୟାନ୍ସଙ୍କୁ ଚିନ୍ତାରେ ପକାଇ ଦେଇଛି  । ଆଜ୍ଞା ହଁ ଏକଥା ଖୋଦ ଶ୍ରେୟା ତାଙ୍କ ଇନଷ୍ଟା ଷ୍ଟୋରୀରେ ସେୟାର କରିଛନ୍ତି  । ଆଶ୍ଚର୍ଯ୍ୟଜନକ ଖୁଲାସା କରି ସେ କହିଛନ୍ତି ‘ମୋ ସ୍ବର ଚାଲିଯାଇଥିଲା  । କିନ୍ତୁ ଡାକ୍ତରଙ୍କ ସହାୟତାରେ ଏବେ ତାହା ଠିକ୍‌ ହୋଇପାରିଛି  । ମୁଁ ଆଜି ବହୁତ ଇମୋସନାଲ ଅଛି  । ନିଜ ବ୍ୟାଣ୍ଡ୍‌, ଫେମ୍‌ ଓ ଟିମ୍‌କୁ ବହୁତ ଭଲ ପାଏ । ମୋର ଭଲ ଓ ଖରାପ ସମୟରେ ସେମାନେ ମୋତେ ସମର୍ଥନ କରି ଆସିଛନ୍ତି  । କିଛି ବି ହେଇଯାଉ ନୂଆ କନସର୍ଟ ପାଇଁ ସେମାନେ ସବୁବେଳେ ମୋତେ ସହାୟତା କରନ୍ତି ’ ।

ଗତ ରାତିରେ ଅରଲାଣ୍ଡରେ ଏକ କନସର୍ଟରେ ଗୀତ ଗାଇବା ପରେ ‘ମୁଁ ମୋ ସ୍ବର ହରାଇ ଦେଇଥିଲି  । ମୋ ଶୁଭଚିନ୍ତକଙ୍କ ପ୍ରାର୍ଥନା ଓ ଡାକ୍ତରଙ୍କ ଚିକିତ୍ସା ପରେ ପୁଣି ଥରେ ମୁଁ ମୋ ସ୍ବର ଫେରିପାଇଛି  । ଏହାପରେ ଶ୍ରେୟା ନ୍ୟୁୟର୍କରେ ୩ ଘଣ୍ଟାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ  । ସେଥିପାଇଁ ସେ ନ୍ୟୁୟର୍କକୁ ଧନ୍ୟବାଦ ଦେଇଛନ୍ତି ’। ଆମେରିକା ଟୁର୍‌ ସାରି ଶ୍ରେୟା ସ୍ବଦେଶ ଫେରିଛନ୍ତି  ।

ଶ୍ରେୟାଙ୍କ ଏଭଳି ପୋଷ୍ଟ ପରେ ତାଙ୍କ ଫ୍ୟାନ୍ସ ମଧ୍ୟ ଇମୋସନାଲ ହୋଇପଡିଛନ୍ତି  । ସଙ୍ଗୀତ ଦୁନିଆର ଜଣେ ଚମକୁଥିବା ସିତାରା ଭାବେ ଶ୍ରେୟା ଜଣାଶୁଣା  । ସବୁଠାରୁ ଦାମୀ ପ୍ରଚ୍ଛଦପଟ ଗାୟିକା ଭାବେ ସେ ୪ ଜାତୀୟ ପୁରସ୍କାର ଜିତିଛନ୍ତି  ।ଏଣୁ ଜଣେ ସଫଳ ଗାୟିକା ଭାବେ ସ୍ବର ହରାଇବା ଶ୍ରେୟାଙ୍କ ପାଇଁ କୌଣସି ଖରାପ ସ୍ବପ୍ନ ଠାରୁ ବି କମ ନଥିଲା ।