ସନରାଇଜର୍ସ ହାଇଦ୍ରାବାଦ ସହକାରୀ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଲେ କାଟିଚ୍

1 min read

ହାଇଦ୍ରାବାଦ: IPL ସିଜନ୍-୧୫ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦକୁ ଝଟକା । ହାଇଦ୍ରାବାଦର ଆସିଷ୍ଟାଣ୍ଟ କୋଚ୍ ସାଇମନ୍ କାଟିଚ୍ ପଦରୁ ଇସ୍ତଫା ଦେଇଛନ୍ତି । ଟିମ୍ ମ୍ୟାନେଜମେଣ୍ଟ ଉପରେ ଗମ୍ଭୀର ଅଭିଯୋଗ ଆଣିବା ସହ ନିଜ ପଦରୁ ଇସ୍ତଫା ଦେଇଛନ୍ତି ସାଇମନ୍ । IPL ଅକ୍ସନ ପୂର୍ବରୁ ଟିମ୍‌ ପକ୍ଷରୁ କରାଯାଇଥିବା ଯୋଜନାକୁ ଫ୍ରାଞ୍ଚାଇଜ୍ ପକ୍ଷରୁ ଦୃଷ୍ଟି ଦିଆନଯିବାକୁ ନେଇ ସାଇମନ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସିଜିନ-୧୫ ପାଇଁ ସନରାଇଜର୍ସ ହାଇଦ୍ରାବାଦ ୨୦ ଜଣ ଖେଳାଳୀଙ୍କୁ କିଣିଛି । ତେବେ ଏହି ୨୦ ଜଣ ଖେଳାଳୀଙ୍କୁ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ କିଣାଯାଇନଥିବା ଅଭିଯୋଗ ଆଣିଛନ୍ତି ସାଇମନ କାଟିଚ ।

ଆଇପିଏଲର ଗତ ସିଜିନରେ ମଧ୍ୟ ସନରାଇଜର୍ସ ହାଇଦ୍ରାବାଦ ଟିମ୍ ସମାଲୋଚନାର ଶିକାର ହୋଇଥିଲା । ସିଜିନ୍ ଅଧାରୁ ଡେଭିଡ ୱାର୍ଣ୍ଣରଙ୍କୁ ଅଧିନାୟକ ପଦରୁ ହଟାଯିବା ସହ ଖରାପ ଫର୍ମ ପାଇଁ ଚୂଡାନ୍ତ ଏକାଦଶରୁ ତାଙ୍କୁ ବାଦ ଦିଆଯାଇଥିଲା । ଆଇପିଏଲ ସିଜିନ-୧୪ ହାଇଦ୍ରାବାଦ ପାଇଁ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ୧୪ ମ୍ୟାଚରୁ ମାତ୍ର ୩ଟି ମ୍ୟାଚରେ ବିଜୟଲାଭ କରିଥିଲା ହାଇଦ୍ରାବାଦ ।

Leave a Reply