spot_img

Latest Posts

ସିମିଳି ଝରର ବିକାଶ ପାଇଁ ଲୋକଙ୍କ ଦାବି

ଟାଙ୍ଗୀ: ସବୁଜ ବନାନୀ ସାଙ୍ଗକୁ ପାହାଡ଼ ପର୍ବତ ଘେରରେ ରହିଛି ସିମିଳି ଝରଣା । ଏହି ଘଞ୍ଚ ଜଙ୍ଗଲ ପ୍ରତି ଆକର୍ଷିତ ହେଉଛନ୍ତି ପର୍ଯ୍ୟଟକ । ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି। ନୟାଗଡ଼ ଜିଲ୍ଲା ଶରଣକୁଳ ବ୍ଲକର ସିମିଳି ଝରରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିଲେ ସୁଦ୍ଧା ଏହାର ବିକାଶ ହେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରି ଆସୁଛନ୍ତି । ସିମିଳି ଝର ଗାଁରେ ରହୁଛନ୍ତି 40ରୁ ଅଧିକ ଆଦିବାସୀ । ଏହି ଗାଁ ନିକଟରେ ରହିଛି  ସିମିଳି ଝର ଜଳପ୍ରପାତ। ଝରଣା ଦେଖିବାକୁ ପ୍ରତିଦିନ ଏଠାକୁ ଛୁଟି ଆସୁଛନ୍ତି ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ପର୍ଯ୍ୟଟକ।

ସମୁଦ୍ର ପତନ ଠାରୁ 400 ଫୁଟ ଉଚ୍ଚରେ ରହିଛି ସିମିଳି ଝର। ଘଞ୍ଚ ବନାନୀ ସାଙ୍ଗକୁ ପାହାଡ଼ ପର୍ବତ ଘେରରେ  ରହିଛି ସମ୍ପୂର୍ଣ ପରିବେଶ। ଭୋଜି ଭାତ ସାଙ୍ଗକୁ ପାହାଡ଼ ଚଢିବା ପାଇଁ ଏଠାରେ ରହିଛି ବେଶ ସୁବିଧା। ଯେଉଁଥିପାଇଁ ଏଠାରେ ଲୋକଙ୍କ ଭିଡ ଜମୁଛି । ପାହାଡ଼ର ଶିଖରରୁ ବହି ଆସୁଥିବା ଶୀତଳ ଜଳକୁ ଦେଖି ଲୋକେ ଖୁସି ହେବା ସହ ଝରଣା ପାଖେ ସେଲ୍ଫି ନେଉଛନ୍ତି । ତେବେ ପର୍ଯ୍ୟନଟ ସ୍ଥଳରେ  ବିକାଶର ଅଭାବ ଅଛି । ସରକାର ଏହାର ବିକାଶ ପାଇଁ ପହକ୍ଷେପ ନେବା ଆବଶ୍ଯକ ବୋଲି କହିଛନ୍ତି ସ୍ଥାନୀୟ ଲୋକ ।

 

Latest Posts

Don't Miss