ସିମବକ୍ସ ଜବତ ଘଟଣାରେ ସାଙ୍ଘାତିକ ଖୁଲାସା

1 min read

ନନ୍ଦିଘୋଷ ବ୍ୟୁରୋ: ସିମ ବକ୍ସ ସିଣ୍ଡିକେଟ । ଆଜି ସରୁଛି ରାଜୁ ମଣ୍ଡଳ ର ରିମାଣ୍ଡ । ୫ ଦିନିଆ ରିମାଣ୍ଡରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କମିଶନରେଟ ପୋଲିସ ହାତରେ ଲାଗିଛି । ଅଭିଯୁକ୍ତକୁ NIA ର ଦୁଇ ଜଣିଆ ଟିମ ପଚାରାଉଚରା କରିଛି। ସିମବକ୍ସ ଜବତ ଘଟଣାରେ ସାଙ୍ଘାତିକ ଖୁଲାସା । ମାଷ୍ଟରମାଇଣ୍ଡ ଆସାଦୁର ଜମାନର ଫଟୋ ଜାରି କଲା କମିଶନରେଟ ପୋଲିସ । ଆସାଦୁରର ଫାଇଲ ଫଟୋ ଖୁବଶୀଘ୍ର ତାକୁ ଧରିବା ପାଇଁ ସିବିଆଇ ଓ ଇଣ୍ଟରନେପୋଲର ସାହାଯ୍ୟ ନେବ କମିଶନରେଟ ପୋଲିସ । ବାଂଲାଦେଶ ଢାକାରେ ରହି ସେ ଚଳାଉଥିଲା ଆତଙ୍କି ନେଟୱର୍କ । ସଫ୍ଟୱେର କମ୍ପାନୀ ମାଲିକ ର ସୈତାନ ଦିମାଗ । ସ୍ମାର୍ଟ ସୁଇଚ ଜରିଆରେ ସ୍ମାର୍ଟ ଅପରେସନ । ଏ ହେଉଛି ସ୍ମାର୍ଟ ସୁଇଚ ର ଭିଜୁଆଲ । ଦେଖନ୍ତୁ ଢାକାରେ ରହି ଭୁବନେଶ୍ବର ଓ ରାଞ୍ଚି ସିମ ବକ୍ସ ସେଟଅପ ଅପରେଟ କରୁଥିଲା ଆସାଦୁର। ଏ ଦୁଇଟି ସ୍ଥାନକୁ ନଆସିଲେ ମଧ୍ୟ ସ୍ମାର୍ଟ ସୁଇଚ ଜରିଆରେ ପୁରା ନେଟୱର୍କକୁ କଣ୍ଟ୍ରୋଲ କରୁଥିଲା । ଢାକାରେ ଥିବା ଫ୍ୟାସନ ଟେକ୍ନୋଲୋଜି ଇଂଷ୍ଟିଚ୍ୟୁଟରୁ ପାଠ ପଢ଼ିଥିଲା ଆସାଦୁର । ସେପଟେ ଆଜି ଗିରଫ ଅଭିଯୁକ୍ତ ରାଜୁ ମଣ୍ଡଳର ରିମାଣ୍ଡ ସରୁଛି । ୫ ଦିନିଆ ରିମାଣ୍ଡ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସ୍ପେଶାଲ ଟିମ ହାତରେ ଲାଗିଛି ।ପୋଲିସ ହାତରେ ସିଡ଼ିଆର ର ସାଙ୍ଘାତିକ ତଥ୍ୟ ଲାଗିଛି । ରାଜୁ ମଣ୍ଡଳକୁ NIA ଜେରା ବେଳେ ମିଳିଲା ଆତଙ୍କି ଲିଙ୍କ ନେଇ ସୂଚନା ମିଳିଛି । ଏପରିକି ବିଦେଶରେ ରହୁଥିବା ଅଣ୍ଡରୱାର୍ଲଡ଼ ଡନ ଙ୍କୁ ମଧ୍ୟ ଏହି ସିମବକ୍ସରୁ କଲ ଯାଇଛି । ଆଉ କିଛି ଆକ୍ଟିଭ ସିମ ର ସିଡ଼ିଆର ରିପୋର୍ଟ ମଧ୍ୟ ଖୁବଶୀଘ୍ର କମିଶନରେଟ ପୋଲିସର ହସ୍ତଗତ ହେବ । କିନ୍ତୁ ବାଂଲାଦେଶ ସହିତ ପାକିସ୍ତାନ ଓ ଚାଇନା କୁ କଲ ଯାଉଥିବା ପ୍ରମାଣ ମିଳିଛି । ରାଜୁର ଆକାଉଣ୍ଟ ଷ୍ଟେଟମେଣ୍ଟ ପୋଲିସ ହାତରେ ଲାଗିଛି । ରାଜୁର ରିମାଣ୍ଡ ଆଜି ଶେଷ ହେବା ପରେ ପୁଣି ଥରେ ୭ ଦିନିଆ ରିମାଣ୍ଡ ପାଇଁ ଆଜି କୋର୍ଟରେ ଆବେଦନ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା ।