ଝଲସିବ ଶ୍ରୀମନ୍ଦିର ଦ୍ୱାର, ରୂପାରେ ଛାଉଣୀ ହେବ କବାଟ

ପୁରୀ: ରୁପାରେ ଝଲସିବ ପୁରୀ ଶ୍ରୀମନ୍ଦିର ଦ୍ୱାର । ଶ୍ରୀମନ୍ଦିରର ବିଭିନ୍ନ ଦ୍ୱାରରେ ଲାଗିଥିବା କବାଟ ହେବ ରୂପା ଛାଉଣୀ । ଶ୍ରୀମନ୍ଦିରର ଭିତର ଓ ବାହାର କବାଟ ଗୁଡ଼ିକ ମରାମତି ହେବା ସହ ସେଥିରେ ରୂପା ଛାଉଣୀ ହେବ ବୋଲି ସୂଚନା ମିଳିଛି । ଏସମସ୍ତ ଦ୍ୱାରରେ ରୁପା ଚାଦର ଲଗାଯିବା ପାଇଁ ଡିଜାଇନ୍ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏନେଇ ଶ୍ରୀମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
ବେହରଣ, ଜୟ ବିଜୟ ଓ କଳାହାଟ ଦ୍ୱାର ନୂତନ ଭାବେ ନିର୍ମାଣ କରାଯିବା ପାଇଁ ଯୋଜନା ଚାଲିଛି । ଖାଲି ସେତିକି ନୁହେଁ ରତ୍ନଭଣ୍ଡାର ଭିତର ଓ ବାହାର ଦ୍ୱାର ନୂଆ କରି ନିର୍ମାଣ ହେବ ବୋଲି ମଧ୍ୟ ସ୍ଥିର କରାଯାଇଛି ।
ତେବେ ମନ୍ଦିର କବାଟ ରୂପା ଛାଉଣୀ କରିବା ପାଇଁ ଜଣେ ଭକ୍ତ ୧୯୨୦ କେଜି ରୂପା ଦାନ କରିଥିବା ସୂଚନା ମିଳିଛି ।