ପୁଣି ବିବାଦରେ ଆନିମଲ, ସିନ୍‌ ହଟାଇବାକୁ ଶିଖ ସଙ୍ଗଠନର ଦାବି

ମୁମ୍ବାଇ: ରଣବୀର କପୁର ଓ ବବି ଦେୱଲଙ୍କ ଫିଲ୍ନ ଆନିମଲ ବକ୍ସ ଅଫିସରେ ଧୂମ ମଚାଇଛି  । ଫିଲ୍ମ ଯଦିଓ ଭଲ ରୋଜଗାର କରୁଛି କିନ୍ତୁ କିଛି ସିନ୍ସ ପାଇଁ ଫିଲ୍ମ ଏବେ ବିବାଦରେ  । ପ୍ରଥମେ ଫିଲ୍ମରେ ରଣବୀରଙ୍କ ଚରିତ୍ରକୁ ମହିଳା ବିରୋଧୀ ଓ ଟକ୍ସିକ କୁହାଯାଇଥିଲା  । ଏବେ ପୁଣି ଆନିମଲ ଫିଲ୍ମ ଶିଖ ଧର୍ମକୁ ଅପମାନ କରିଥିବା ଅଭିଯୋଗ ହୋଇଛି  । ଫିଲ୍ମର କିଛି ସିନ୍ସକୁ ନେଇ ଅଭିଯୋଗ କରିଛନ୍ତି ଶିଖ ସମ୍ପ୍ରଦାୟ  ।

ଅଲ ଇଣ୍ଡିଆ ଶିଖ ଷ୍ଟୁଡେଣ୍ଟ ଫେଡରେସନ ଅଧ୍ୟକ୍ଷ କର୍ଣ୍ଣଲ ସିଂ ପିର ମହମ୍ମଦ ସେନ୍ସର ବୋର୍ଡକୁ ଚିଠି ଲେଖି ଫିଲ୍ମରେ ଶିଖ ସମ୍ପ୍ରଦାୟଙ୍କୁ ନେଇ ବିବାଦିତ ସିନ ହଟାଇବା ପାଇଁ ଦାବି କରିଛନ୍ତି  । ଫିଲ୍ମର ସିନ୍‌ରେ ରଣବୀର କପୁର ଜମେ ଶିଖଗୁରୁଙ୍କ ମୁହଁରେ ଧୂଆଁ ଫୁଙ୍କୁଥିବା ଦେଖିବାକୁ ମିଳିଛି  । ସେହିପରି ଆଉ ଏକ ସିନ୍‌ରେ ଶିଖଗୁରୁଙ୍କ ଦାଢିରେ ସେ ଛୁରୀ ରଖିଥିବା ଦେଖିବାକୁ ମିଳିଛି  ।

ଏହା ସହ ସଂସ୍ଥା ଏନିମଲର ଲୋକପ୍ରିୟ ଗୀତ ଅର୍ଜନ ଭ୍ୟାଲିକୁ ନେଇ ଆପତ୍ତି କରିଛି  । ତାଙ୍କ କହିବା କଥା ଯେ ଏହି ପାରରମ୍ପାରିକ ଗୀତଟି ଶ୍ରୀ ଗୁରୁ ଗୋବିନ୍ଦ ସିଂ ଗାଇଥିବାବେଳେ ଫିଲ୍ମରେ ଗ୍ୟାଙ୍କୱାର ସମୟରେ ଏହି ଗୀତକୁ ବ୍ୟବହାର କରାଯାଇଛି  । ଏହା ଶିଖ ଧର୍ମାମ୍ବଲମ୍ବୀଙ୍କ ଉପରେ ଖରାପ ପ୍ରଭାବ ପକାଇବ  । ଏଣୁ ଫିଲ୍ମରୁ ଏଭଳି ସିନ୍ସକୁ ହଟାଯାଉ ବୋଲି ସେନ୍ସର ବୋର୍ଡକୁ ସଂସ୍ଥା ନିବେଦନ କରିଛି  ।