ଜାଣନ୍ତୁ ଆଡଭାନ୍ସ ଟିକେଟ୍ ବୁକିଂରେ କେତେ ଟଙ୍କା ରୋଜଗାର କଲାଣି ’ସିକନ୍ଦର’

ନନ୍ଦିଘୋଷ ବ୍ୟୁରୋ : ଇଦ୍ ଅବସରରେ ରିଲିଜ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ’ସିକନ୍ଦର’ । ଯାହାକୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ଲାଗି ରହିଥିବାବେଳେ ଏହି ଫିଲ୍ମ ରେକର୍ଡ ତୋଡ ବ୍ୟବସାୟ କରିବ ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା । ଟ୍ରେଲର ରିଲିଜ ହେବା ଦିନଠାରୁ ଏହି ଫିଲ୍ମ ଗୋଟିଏ ପରେ ଗୋଟିଏ ରେକର୍ଡ କରୁଥିବାବେଳେ ଏବେ ଆଡଭାନ୍ସ ଟିକେଟ୍ ବୁକିଂରେ ଆଉ ଏକ ରେକର୍ଡ ସ୍ଥାପନ କରିଛି । ତେବେ ଆଡଭାନ୍ସ ଟିକେଟ୍ ବୁକିଂରେ ଏହା ୧୦.୭୫ କୋଟି ଟଙ୍କା ଆୟ କରିଛି । ଯାହାକି ’କିସିକା ଭାଇ କିସିକା ଜାନ’ର ରେଗର୍ଡ ଭାଙ୍ଗିଛି । କୁହାଯାଉଛି କି, ଏହା ବ୍ଲକବ୍ଲାଷ୍ଟର ହେବା ସହ ଭଲ ବ୍ୟବସାୟ କରିବ । ୪୦୦ କୋଟି ଟଙ୍କାର ବଜେଟରେ ନିର୍ମିତ ହୋଇଛି ଏହି ଫିଲ୍ମ । ଏଣୁ ବଡ଼ ବ୍ୟବସାୟ ଆଶା ରଖାଯାଇଛି । ଆସନ୍ତାକାଲି ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି ।