ବିବାଦୀୟ ବାଇ ଲ’ ପ୍ରତ୍ୟାହାର ଦାବିରେ କଂଗ୍ରେସର ଦସ୍ତଖତ ଅଭିଯାନ

ଭୁବନେଶ୍ୱର: ଏକାମ୍ରକ୍ଷେତ୍ର ପାଇଁ ଏନ୍‌ଏମ୍‌ଏ ଚିଠା ବାଇ ଲ’ ପ୍ରତ୍ୟାହାର କରିବାକୁ ଜାରି ରହିଛି ପ୍ରତିବାଦ । ବିବାଦୀୟ ବାଇ ଲ’କୁ ପ୍ରତ୍ୟାହାର କରିବାକୁ ଦାବି କରିଛି କଂଗ୍ରେସ । ଏନେଇ କଂଗ୍ରେସ ଲିଙ୍ଗରାଜ ମନ୍ଦିର ସମ୍ମୁଖରୁ ଦସ୍ତଖତ ଅଭିଯାନ ଆରମ୍ଭ କରିଛି । ପୂର୍ବରୁ ବାଇ ଲ’କୁ ବିରୋଧ କରି ସେବାୟତ ଓ ଭୁବନେଶ୍ୱର ବାସିନ୍ଦା ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ହଜାର ହଜାର ଦୀପ ଜାଳିଥିଲେ । ବାଇ ଲ’କୁ ବିରୋଧ କରି ସରସ୍ୱତୀ ପୂଜା ଦିନ ଭୁବନେଶ୍ୱରର ବିଭିନ୍ନ ମଠ ଓ ମନ୍ଦିର ଆଗରେ ସେବାୟତମାନେ ଘଣ୍ଟ ବାଡେଇ ପ୍ରତିବାଦ କରିବେ ବୋଲି କହିଛନ୍ତି ।

ଅନ୍ୟପଟେ ଆସନ୍ତାକାଲି ଓଡିଶା ବନ୍ଦ କରିବ କଂଗ୍ରେସ । ସକାଳ ୭ ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ୬ ଘଣ୍ଟିଆ ବନ୍ଦ କରାଯିବ । ପେଟ୍ରୋଲ, ଡିଜେଲ ଓ ଗ୍ୟାସର ମୂଲ୍ୟବୃଦ୍ଧି ସହ ବିଭିନ୍ନ ପ୍ରସଙ୍ଗ ନେଇ ବନ୍ଦ ପାଳନ କରିବାକୁ କଂଗ୍ରେସ ଡାକରା ଦେଇଛି । ତେବେ ଏହି ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ କରିବାକୁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

Leave a Reply