କାଲିଫର୍ଣ୍ଣିଆରୁ ବନ୍ଧା ହେଲା ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ

1 min read

ନୂଆଦିଲ୍ଲୀ: କାଲିଫର୍ଣ୍ଣିଆରୁ ଧରାପଡିଲା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାର। ଗୋଲ୍ଡି ବିରୋଧରେ ଭାରତରେ ୧୬ରୁ ଅଧିକ ମାମଲା ରହିଛି । ସିଦ୍ଧୁଙ୍କୁ ମାରିବା ପରେ ସେ ଭାରତରୁ କାଲିଫର୍ଣ୍ଣିଆ ଫେରାର ହୋଇଯାଇଥିଲା । ଭାରତର ଗୁଇନ୍ଦା ଏଜେନ୍ସିର ସୂଚନା ଅନୁଯାୟୀ, କାଲିଫର୍ଣ୍ଣିଆରେ ଗୋଲ୍ଡି ବ୍ରାରଙ୍କୁ ଅଟକ ରଖାଯାଇଛି।

ଭାରତୀୟ ସୁରକ୍ଷା ଏଜେନ୍ସି ଅନୁଯାୟୀ, ଗୋଲ୍ଡି ବରାରକୁ ନଭେମ୍ବର ୨୦ରେ ହେପାଜତରେ ନିଆଯାଇଥିଲା। ତେବେ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କାଲିଫର୍ନିଆରୁ ଭାରତ ସରକାର କୌଣସି ସରକାରୀ ବିବୃତ୍ତି ଗ୍ରହଣ କରିନାହାଁନ୍ତି। ପୂର୍ବରୁ ଗୁଇନ୍ଦା ଏଜେନ୍ସି ପାଖରେ ଖବର ଥିଲା ଯେ, ଗୋଲ୍‌ଡି କାନାଡାରୁ କାଲିଫର୍ଣ୍ଣିଆ ଯାଇ ସେଠାରେ ସେ ନିଜର ନୂଆ ଠିକଣା କରିଥିଲା। ସେ କାଲିଫର୍ଣ୍ଣିଆର ବିଭିନ୍ନ ସହର ସାକ୍ରାମେଣ୍ଟୋ,  FRIZOW ଓ ସଲ୍ଡ ଲେକ୍‌କୁ ନିଜର ସୁରକ୍ଷିତ ସ୍ଥାନ କରିଥିଲା।

ଚଳିତ ବର୍ଷ ମେ ୨୯ ତାରିଖରେ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କୁ ଦିବାଲୋକରେ ହତ୍ୟା କରାଯାଇଥିଲା । ଗୋଲ୍ଡି ଓ ଲରେନ୍ସ ମିଶି ହତ୍ୟା ଯୋଜନା କରିବା ପରେ ନିଜ ସୁଟରଙ୍କ ସାହାଯ୍ୟରେ ତାଙ୍କ ଉପରେ ଆଖିବୁଜା ଗୁଳି ଚାଳନା କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସିଦ୍ଧୁ ମୁସେୱାଲାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପଞ୍ଜାବ ପୋଲିସ ୨୯ଜଣଙ୍କୁ ଗିରଫ କରିଥିଲା। ଗୋଲ୍ଡି ୨୦୧୭ରୁ କାନାଡାରେ ରହିଆସୁଥିଲା । ନିକଟରେ କାନାଡାରୁ ଆମେରିକା ସିଫ୍ଟ ହୋଇଥିଲା । ବିଦେଶରେ ରହି ବି ଭାରତରେ ମର୍ଡର, ସ୍ମଗଲିଂ ଆଦି ଅନେକ ଆପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲା ଗୋଲ୍ଡି