ପଞ୍ଜାବରେ ରହିଛି ଦେଶର ୧୦ ପ୍ରତିଶତ ବନ୍ଧୁକ; ସକ୍ରିୟ ବହୁ ଗ୍ୟାଙ୍ଗ

ଚଣ୍ଡିଗଡ଼: ପଞ୍ଜାବ ଦେଶର ଏଭଳି ରାଜ୍ୟ ଯେଉଁଠାରୁ ବର୍ଷକୁ ୨କୋଟି ଟନ୍ ଗହମ ଉତ୍ପାଦନ ହୁଏ ଏବଂ ୧.୨୫ ମିଲିୟନ୍ ଟନ୍ ଚାଉଳ ଉତ୍ପାଦନ ହୋଇଥାଏ । ଏବଂ ପଞ୍ଜାବ ସେହି ରାଜ୍ୟ ଯେଉଁଠାରେ ବଡ଼ ବଡ଼ ଗ୍ୟାଙ୍ଗଷ୍ଟର ଗଢ଼ି ଉଠିଛନ୍ତି । ଏବଂ ଏହି ଗ୍ୟାଙ୍ଗ ଗୁଡ଼ିକ ମଧ୍ୟରେ ଗ୍ୟାଙ୍ଗଓ୍ୱାର ମଧ୍ୟ ହୋଇଥାଏ । ଏବେ ଜଣାଶୁଣା ଗାୟକ ସିଦ୍ଧୁ ମୁସେଓ୍ୱାଲାଙ୍କ ହତ୍ୟା ପରେ ଏଠାକାର ଗ୍ୟାଙ୍ଗ ଗୁଡ଼ିକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି ।

ଏଠାରେ ଚାଲିଥିବା ଗ୍ୟାଙ୍ଗଓ୍ୱାର କୌଣସି ହିନ୍ଦୀ ଫିଲ୍ମ କାହାଣୀଠାରୁ କମ୍ ନୁହଁ । ଏଠାରେ ଗୋଟିଏ ଗ୍ୟାଙ୍ଗର ଲୋକଙ୍କୁ ଅନ୍ୟ ଏକ ଗ୍ୟାଙ୍ଗ ଲୋକ ହତ୍ୟା କରିଥାଏ । ଏବଂ  ସେହି ଗ୍ୟାଙ୍ଗ ଲୋକ ଏହାର ପ୍ରତିଶୋଧ ନେବାକୁ ହତ୍ୟାକାରୀକୁ ମାରିଥାଏ । ଏବଂ ନିରନ୍ତର ଭାବେ ଚାଲିଥାଏ ।

ଆଉ ଏହି ଗ୍ୟାଙ୍ଗଓ୍ୱାର ପଞ୍ଜାବୀ ଗାୟକ ଶୁଭଦୀପ ସିଂହ ସିଦ୍ଧୁଙ୍କ ଜୀବନ ନେଇଥିବା କୁହାଯାଉଛି । ପୋଲିସ ମଧ୍ୟ ଏହି ହତ୍ୟାକାଣ୍ଡକୁ ଗ୍ୟାଙ୍ଗଓ୍ୱାର ସହିତ ଯୋଡ଼ିଛି । ଶୁଭଦୀପ ସିଂହ ଯାହାକୁ ସମସ୍ତେ ସିଦ୍ଧୁ ମୁସେଓ୍ୱାଲା ଭାବରେ ଜାଣନ୍ତି ତାଙ୍କୁ ଲକ୍ଷ ଲକ୍ଷ ଲୋକ ପସନ୍ଦ କରନ୍ତି । ତାଙ୍କ ସୁରକ୍ଷା ହଟାଯିବାର ମାତ୍ର ଦିନକ ପରେ ତାଙ୍କୁ ହତ୍ୟା କରାଯାଇଛି । ତେବେ ସିଦ୍ଧୁ ମୁସେଓ୍ୱାଲାଙ୍କୁ ହତ୍ୟା କରିଥିବା ଲରେନ୍ସ ବିଷୋଇ ଏବଂ ତାଙ୍କ ବଡ଼ ଭାଇ ଗୋଲ୍ଡ ବରାଡ଼ ସ୍ୱୀକାର କରିଛନ୍ତି ।

ଲରେନ୍ସ ବର୍ତ୍ତମାନ ତିହାର ଜେଲ୍‌ରେ କଏଦ ଅଛନ୍ତି । ତିହାର ଜେଲରୁ ହିଁ ମୁସେଓ୍ୱାଲାଙ୍କ ହତ୍ୟା ଯୋଜନା ହୋଇଥିଲା । ଅନ୍ୟ ପକ୍ଷରେ ଗୋଲ୍ଡି ବରାଡ଼ କାନାଡ଼ାରେ ରହୁଥିଲା ।

ଏଯାବତ୍ ମିଳିଥିବା ସୂଚନା ଅନୁଯାୟୀ, ସିଦ୍ଧୁ ମୁସେଓ୍ୱାଲାଙ୍କୁ ବିକ୍ରମ ସିଂହ ଓରଫ ବିକ୍କି ମିଦୁଖେଡାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ କରାଯାଇଛି । ମିଦୁଖେଡ଼ା ଯୁବ ଅକାଳି ଦଳର ନେତା  । ଯାହାଙ୍କ ହତ୍ୟା ୮ଅଗଷ୍ଟ ୨୦୨୧ରେ ମୋହାଲିରେ ଦିନ ଦ୍ୱିପ୍ରହରରେ କରାଯାଇଥିଲା । ମିଦୁଖେଡ଼ା ଗ୍ୟାଙ୍ଗଷ୍ଟର ବିଷ୍ଣୋଇର ଅତି ଘନିଷ୍ଠ ଥିଲେ । ମିଦୁଖେଡ଼ାଙ୍କ ହତ୍ୟା ମାମଲାରେ ମ୍ୟାନେଜର ଶଗନ ପ୍ରିତ ସିଂହଙ୍କ ନାମ ସମ୍ନାକୁ ଆସୁଛି । କିନ୍ତୁ ପୋଲିସ ତାକୁ ଧରିବା ପୂର୍ବରୁ ସେ ଅଷ୍ଟ୍ରେଲିଆ ଫେରାରେ ହେବାରେ ସଫଳ ହୋଇଥିଲା ।

ତେବେ ସିଦ୍ଧୁ ମୁସେଓ୍ୱାଲାଙ୍କ ହତ୍ୟା ପରେ ପଞ୍ଜାବରେ ଗନ୍ କଲଚର ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ପଞ୍ଜାବ ଗାୟକ ଦଲେର ମେହନ୍ଦୀ ଇଣ୍ଡିଆ ଟୁଡେ ସହ କଥାବାର୍ତ୍ତା ବେଳେ କହିଛନ୍ତି କି କେନ୍ଦ୍ର ସରକାର ଏବଂ ପଞ୍ଜାବ ସରକାର ଗୀତରେ ବ୍ୟବହାର ହେଉଥିବା ଶଦ୍ଧ ପ୍ରତି ଧ୍ୟାନଦେବା ଆବଶ୍ୟକ ଥିବା କହିଛନ୍ତି । ଯଦି ଗୀତରେ ଡ୍ରଗ୍ସ, ବନ୍ଧୁକ, ଡ୍ରଗ୍ସ ଏବଂ ମହିଳାଙ୍କ ପ୍ରତି ଆପତ୍ତିଜନକ ଶଦ୍ଧ ବ୍ୟବହାର ହୋଇଥିବ ତେବେ ସେଭଳି ଗାୟକଙ୍କୁ ଓ୍ୱାର୍ଣ୍ଣି ଦେବା ସହିତ ତାଙ୍କୁ ରୋକାଯିବା ଆବଶ୍ୟକ ବୋଲି କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଓ ରାଜ୍ୟର ସ୍ୱରକୁ ଶାଣିତ କରିବାର ପ୍ରତିଶ୍ରୁତି ଦେଲେ