ସମସ୍ତଙ୍କୁ ଛାଡ଼ି ଚାଲିଗଲେ ସିଦ୍ଧାର୍ଥ ଶୁକ୍ଳା, ଦେଖନ୍ତୁ ଅନ୍ତିମ ସତ୍କାର ସମୟର କିଛି ଲୁହ ଭିଜା ଫଟୋ

ମୁମ୍ବାଇ: ସିଦ୍ଧାର୍ଥଙ୍କ ମୃତ୍ୟୁର ଦୁଃଖରେ ପୁରା ଫିଲ୍ମ ଜଗତ। ଖୁବ୍ କମ୍ ସମୟ ମଧ୍ୟରେ ସିଦ୍ଧାର୍ଥ ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଥିଲେ। ଟିଭି ସିରିୟଲ ଠାରୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ସମସ୍ତେ ସିଦ୍ଧାର୍ଥ ଶୁକ୍ଲା ଏବଂ ତାଙ୍କ ବ୍ୟକ୍ତିତ୍ୱର ପ୍ରଶଂସକ ଥିଲେ।

ସିଦ୍ଧାର୍ଥ ଶୁକ୍ଲା ମଡେଲିଂରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ଅନେକ ଟିଭି ସୋ ଏବଂ ରିଆଲିଟି ସୋରେ କାମ କରିଥିଲେ। ତାଙ୍କ କ୍ୟାରିଅର୍ ‘ବାଲିକା ବଧୂ’ରୁ ଆରମ୍ଭ ହୋଇଥିଲା ଏବଂ ‘ବିଗ୍ ବସ୍ ୧୩’ ଜିତିବା ପରେ ଲୋକପ୍ରିୟତା ମଧ୍ୟରେ ତାଙ୍କୁ ବହୁତ ମିଳିଥିଲା।

ସମସ୍ତଙ୍କୁ ଛାଡ଼ି ଶେଷ ଯାତ୍ରାରେ ଚାଲିଯାଇଛନ୍ତି ସିଦ୍ଧାର୍ଥ। ପଛରେ ଛାଡ଼ିଦେଇ ଯାଇଛନ୍ତି ମାଆ ଭଉଣୀ ସାଙ୍ଗ ସାଥିଙ୍କୁ। ସିଦ୍ଧାର୍ଥ ଗଲା ପରେ ଏବେ ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଏମିତି କଣ କେହି କାହାକୁ ଛାଡ଼ି ଯାଏ।

ଏଭଳି ଜଣେ ତାରକା ମାତ୍ର ୪୦ ବର୍ଷରେ ଛାଡ଼ି ଚାଲିଯିବାଟା ସମସ୍ତଙ୍କୁ ମର୍ମାହତ କରିଛି। ସିଦ୍ଧାର୍ଥଙ୍କ ପରେ ଏବେ ଖାଲି ଯାହା ରହିଯାଇଛି ତାଙ୍କର ଅଭୁଲା ସ୍ମୃତି।

ସିଦ୍ଧାର୍ଥଙ୍କର ସବୁଠାରୁ ପ୍ରିୟ ଥିଲେ ତାଙ୍କର ମାଆ ରିତା ଶୁକ୍ଳା। ସେ ତାଙ୍କ ମାଆଙ୍କୁ ବହୁତ ଭଲ ପାଉଥିଲେ। ଗୋଟିଏ କ୍ଷଣ ବି ତାଙ୍କ ମାଆଙ୍କ ଠାରୁ ଦୁରକୁ ଯିବାକୁ ଚାହୁଁନଥିଲେ। ହେଲେ ଆଜି ସବୁଦିନ ପାଇଁ ତାଙ୍କ ମାଆଙ୍କୁ ଛାଡ଼ି ଚାଲିଗଲେ ସିଦ୍ଧାର୍ଥ। ସିଦ୍ଧାର୍ଥ ତାଙ୍କ ପରିବାରରେ ସବୁଠାରୁ ସାନ ଥିଲେ। ସେଥିପାଇଁ ତାଙ୍କୁ ତାଙ୍କ ଭଉଣୀ ମାନେ ବହୁତ ଭଲ ପାଉଥିଲେ। ସିଦ୍ଧାର୍ଥଙ୍କର ଦୁଇଜଣ ବଡ଼ ଭଉଣୀ ରହିଛନ୍ତି।

ବିଗ୍‌ ବସ୍‌ ସିଜିନ ୧୩ର ପ୍ରତିଯୋଗି ଏବଂ ସିଦ୍ଧାର୍ଥଙ୍କ ଘନିଷ୍ଠ ବନ୍ଧୁ ସେହେନାଜ୍‌ ଗିଲ ପୁରା ଭାଙ୍ଗିପଡ଼ିଛନ୍ତି। ସେହେନାଜ୍‌ ତାଙ୍କ ମୃତ୍ୟୁରେ ନିଜକୁ ସମ୍ଭାଳି ପାରୁନାହାଁନ୍ତି।

କାରଣ ସେହୋନାଜ୍‌ ସିଦ୍ଧାର୍ଥଙ୍କୁ ବହୁତ ଭଲପାଉଥିଲେ। ଆଜି ଅନ୍ତିମ ସତ୍କାରରେ ପହଞ୍ଚିଥିଲେ। ସେହେନାଜ ଏବଂ ସିଦ୍ଧାର୍ଥଙ୍କ ବଣ୍ଡିଂ ବହୁତ ଭଲ ଏବଂ ରୋମାଣ୍ଟିକ ଥିଲା।

ସିଦ୍ଧାର୍ଥଙ୍କ ମୃତଦେହ ମୁମ୍ବାଇର କପୁର୍ ହସ୍ପିଟାଲରେ ଥିଲା। ତାଙ୍କର ପୋଷ୍ଟମର୍ଟମ ଗୁରୁବାର ଏଠାରେ କରାଯାଇଥିଲା। ଶୁକ୍ରବାର ଦିନ ତାଙ୍କ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ଓଶିୱାରାର ସ୍ମଶାନକୁ ନିଆଯାଇଥିଲା ଯେଉଁଠାରେ ତାଙ୍କ ଶବଦାହକ ଶବଦାହ କରାଯାଇଥିଲା।

ସିଦ୍ଧାର୍ଥଙ୍କ ଅନ୍ତି ସତ୍କାର ପାଇଁ ସ୍ମଶାନରେ ବଲିଉଡ ଜଗତରେ ଅଭିନେତା ମାନେ ଆସିଥିଲେ। ଅସୀମ ରିଆଜ, ଅଲି ଗୋନି, ଅର୍ଜୁନ ବିଜଲାନି, ରାହୁଲ ମହାଜନ୍‌, ଅଭିନେତ୍ରୀ ଦିଲଜତ୍‌ କୌର ଉପସ୍ଥିତ ଥିଲେ।

Leave a Reply