ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହେବେ ସିଦ୍ଧରମୈୟା। ଉପମୁଖ୍ୟମନ୍ତ୍ରୀ ହେବେ ଡିକେ ଶିବକୁମାର। କଂଗ୍ରେସ ହାଇକମାଣ୍ଡଙ୍କ ବଡ଼ ଫଇସଲା। ଚାରି ଦିନ ଧରି ଲଗାତାର ଆଲୋଚନା ଓ ସମୀକ୍ଷା ପରେ ଏଭଳି ବଡ଼ ଫଇସଲା ନିଆଯାଇଛି। ତେବେ ଡିକେ ଶିବକୁମାରଙ୍କୁ ବଡ଼ ଦାୟିତ୍ବ ଦିଆଯାଇପାରେ।
ଆସନ୍ତା ୨୦ ତାରିଖରେ ହେବ ଶପଥ ଗ୍ରହଣ ଉତ୍ସବ। ଶପଥ ଗ୍ରହଣ ପରେ ରାଜ୍ୟରେ ଗଠନ ହେବ ନୂଆ କ୍ୟାବିନେଟ। ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ହେବା ନେଇ ଘୋଷଣା ହେବା ପରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ସେଲିବ୍ରେସନ ଦେଖିବାକୁ ମିଳିଛି। ଗତକାଲି ରାହୁଲ ଗାନ୍ଧିଙ୍କୁ ପୃଥକ ଭାବେ ଭେଟିଥିଲେ ସିଦ୍ଧରମୈୟା ଓ ଶିବକୁମାର।

