ପୁଣି ଖଟିଆରେ ବୁହା ହେଲେ ରୋଗୀ

ସୋର : ଖଟିଆରେ ବୁହା ହେଲେ ରୋଗୀ । ବାତ୍ୟା ଜନିତ ବନ୍ୟା ପରିସ୍ଥିତିରେ ଆସିଛି ଏହି କରୁଣ ଚିତ୍ର । ଖଇରା ବ୍ଲକ ବମକରଧ୍ବଜପୁର ଗାଁର ବୃଦ୍ଧ ପଞ୍ଚାନନ ବେହେରାଙ୍କ ଶରୀର ଅସୁସ୍ଥ ହୋଇ ପଡିଥିଲା । ଏନେଇ ଆମ୍ବୁଲାନ୍ସ କୁ ଖବର ଦିଆଯାଇଥିଲା।  ହେଲେ ଗାଁରାସ୍ତାରେ ପାଣି ପ୍ରବାହିତ ହେଉଥିବାରୁ ଗାଁ ଲୋକ  ଖଟିଆରେ ଟେକି ଟେକି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ । ଫଳରେ ଆମ୍ବୁଲାନ୍ସ କର୍ମଚାରୀ ଓ ଗାଁ ଲୋକ ମିଳିତ ଭାବେ ୫୦୦ ମିଟର ପର୍ଯ୍ୟନ୍ତ ଚାଲି ଚାଲି ଆଣି ପଞ୍ଚାନନଙ୍କୁ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ ।