spot_img

Latest Posts

ଭାରତୀୟ କ୍ରିକେଟ ଟିମର ଦାୟିତ୍ବ ନେବେ ଓଡିଆ ମ୍ୟାନେଜର, ଆସନ୍ତା ୧୮ରୁ ମ୍ୟାଚ

କଟକ: ପୁଣି ଝଟକିଲେ ଓଡ଼ିଆ । ଆସନ୍ତା ୧୮ରୁ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତିନିଟିକିଆ ଦିନିକିଆ କ୍ରିକେଟ ସିରିଜ ପାଇଁ ଓସିଏ ସଦସ୍ୟ ଶିବବ୍ରତ ମଲ୍ଲିକ ଭାରତୀୟ ଦଳର ମ୍ୟାନେଜର ନିଯୁକ୍ତ ହୋଇଛନ୍ତି। ତିନିଟି ଦିନିକିଆରେ ଭାରତୀୟ ଟିମ ସହ ରହି ମ୍ୟାନେଜର ଦାୟିତ୍ବ ତୁଲାଇବେ ଶିବବ୍ରତ। ଏହି ତିନିଟି ମ୍ୟାଚ ହାଇଦ୍ରାବାଦ, ରାଜକୋଟ ଓ ଇନ୍ଦୋରରେ ଖେଳାଯିବ।

ଶିବବ୍ରତ ମଲ୍ଲିକଙ୍କୁ ବିସିସିଆଇ ମ୍ୟାନେଜର ଭାବେ ନିଯୁକ୍ତି ଦେବା ପରେ ତାଙ୍କୁ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ ଓ ସଂପାଦକ ସଂଜୟ ବେହେରା ଶୁଭେଚ୍ଛା ଜଣାଇଛନ୍ତି ।

Latest Posts

Don't Miss