ହତ୍ୟା ମାମଲାର ତଦନ୍ତରେ ଅବହେଳା ଯୋଗୁଁ ନିଲମ୍ବିତ ହେଲେ ଏସ୍‌ଆଇ

ସମ୍ବଲପୁର: ତଦନ୍ତରେ ଅବହେଳା ନେଇ ଥାନା ଏସ୍‌ଆଇ ନିଲମ୍ବିତ । ସମ୍ବଲପୁର ଅଇଁଠାପାଲି ଏସ୍‌ଆଇ ଯୁଗଳ କିଶୋର ସା ନିଲମ୍ବିତ ହୋଇଛନ୍ତି । ଏକ ହତ୍ୟା ମାମଲାର ତଦନ୍ତ କରୁଥିବା ବେଳେ ୧୨୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ କରିବାର ଥିଲା ।

ହେଲେ ଏଥିରେ ବିଳମ୍ବ ହେବାରୁ ଅପରାଧୀ କୋର୍ଟରୁ ବେଲ୍‌ ପାଇବାରେ ସକ୍ଷମ ହୋଇଥିଲା । ଯାହା ପରେ ସମ୍ବଲପୁର ଏସ୍‌ପି ଏଥିରେ ଅସନ୍ତୋଷ ପ୍ରକାଶ କରିବା ସହିତ ଏସ୍‌ଆଇଙ୍କୁ ନିଲମ୍ବନ କରିଛନ୍ତି ।

Leave a Reply