ଏସଆଇ ପରୀକ୍ଷା କେଳେଙ୍କାରୀ: ବିଜେଡି ଓ କଂଗ୍ରେସ ଟାର୍ଗେଟରେ ରାଜ୍ୟ ସରକାର
1 min read
ନନ୍ଦିଘୋଷ ବ୍ୟୁରୋ: ଏସଆଇ ପରୀକ୍ଷା ସ୍କାମକୁ ନେଇ ଟାର୍ଗେଟରେ ରାଜ୍ୟ ବିଜେପି ସରକାର । ସ୍କାମରେ ବିଜେପିର ବଡ଼ପଣ୍ଡାଙ୍କ ଠାରୁ ଆରମ୍ଭ କରି ଅନ୍ୟ ଅଧିକାରୀଙ୍କ ସମ୍ପୃକ୍ତିର ବଡ଼ ଅଭିଯୋଗ ସହ ଏହାର ସିବିଆଇ ତଦନ୍ତ ଦାବି କଲେ ଉଭୟ ବିଜେଡି ଓ କଂଗ୍ରେସ । ଆସନ୍ତା ୬ ତାରିଖରେ ବିଶାଳ ଆନ୍ଦୋଳନର ଡାକରା । ସେହିପରି ଷ୍ଟୁଡେଣ୍ଟସ ଏଗେନଷ୍ଟ କରପସନ ଓ ପରୀକ୍ଷାର୍ଥୀ ବି ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ।
ରାଜ୍ୟରେ ଘଟିଗଲା ଏସଆଇ ପରୀକ୍ଷା ନାମରେ ବଡ଼ ସ୍କାମ । ହଜାର ହଜାର ପିଲାଙ୍କ ଭବିଷ୍ୟତ ଅନ୍ଧାର । କେଉଁ ଗାଇଡ଼ଲାଇନରେ ପରୀକ୍ଷା ପରିଚାଳନା ପାଇଁ ୩ଟି ସଂସ୍ଥାକୁ କରାଯାଇଥିଲା ଆଉଟସୋର୍ସିଂ ? ସିଲିକନ, ଓପିଆରବି ଅଧ୍ୟକ୍ଷ ଓ ଗୃହ ସଚିବ ୩ ଜଣଙ୍କର କମନ ଲିଙ୍କ ହେଉଛି ଢେଙ୍କାନାଳ । ପରୀକ୍ଷା ସ୍କାମ ପ୍ରତିବାଦରେ ଆସନ୍ତା ୬ରେ ପ୍ରତିବାଦ କରିବ ବିଜୁ ଛାତ୍ର ଓ ଯୁବ ଜନତା ଦଳ । ସୋମବାର ସୁଦ୍ଧା ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆ ନଗଲେ ଚାଲିବ ଜୋରଦାର ଆନ୍ଦୋଳନ । ବହୁ ପରୀକ୍ଷାର୍ଥୀ ବି ହେବେ ଆନ୍ଦୋଳନରେ ସାମିଲ । ଏସଆଇ ପରୀକ୍ଷା ସ୍କାମକୁ ଅର୍ଗାନାଇଜଡ଼ କ୍ରାଇମ ବୋଲି କହିବା ସହ ଏହାର ସୁଚିନ୍ତିତ ସିଡ୍ୟୁଲକୁ ମଧ୍ୟ ଦଳ ଉପସ୍ଥାପିତ କରିଛି । ପାର୍ବଣ ଋୁତୁରେ କ୍ୟାସ ଫର ଜବ ଅପରେସନ କରିବାକୁ ଯୋଜନା ରହିଥିଲା । ବିଜୟନଗରମରେ ପ୍ଲାନ ଥିଲା ପ୍ରଶ୍ନପତ୍ର ଦେବାକୁ । ପ୍ଲାନ ଅନୁଯାୟୀ ଗିରିଶୋଲା ଗେଟ ପାର ହେବା ପରେ ପିଲାଙ୍କୁ ଓରିଜିନାଲ ସାର୍ଟିଫିକେଟ ମାଗିଥିଲେ ଦଲାଲ । ଏହାକୁ ନେଇ ଆରମ୍ଭ ହୋଇଥିଲା ବିଭ୍ରାଟ । ଏହି ଅର୍ଗାନାଇଜଡ କ୍ରାଇମରେ ସାମିଲ ଥିବା ବିଜେପି ନେତାଙ୍କ ପାଦତଳୁ ମାଟି ଖସିଯାଇଥିଲା । ଘଟଣାରେ ଓପିଆରବି ଅଧ୍ୟକ୍ଷ ଓ ଗୃହ ସଚିବ କାହିଁକି ତଦନ୍ତ ପରିସରଭୁକ୍ତ ହେଉ ନାହାନ୍ତି ବୋଲି ପ୍ରଶ୍ନ କରିଛି ଦଳ । ଯଦି କାର୍ଯ୍ୟାନୁଷ୍ଠାନ ନିଆ ନଯିବ ତେବେ ମୁଖ୍ୟମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଧରିନିଆଯିବ ବୋଲି କହିଛି ଦଳ । ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି କେସକୁ ସିବିଆଇକୁ ହସ୍ତାନ୍ତର କରନ୍ତୁ ବୋଲି ଦାବି କରିଛି ବିଜେଡି ।
ସେପଟେ ପରୀକ୍ଷାରେ ଦୁର୍ନୀତିକୁ ସରକାର ପ୍ରୋସାହନ ଦେଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଏବେ ସୁଦ୍ଧା ୧୫ଟି ପରୀକ୍ଷା ବାତିଲ ହେଲାଣି । ଏସଆଇ ପରୀକ୍ଷା ଘଟଣାରେ ୩୦୦ କୋଟି ଟଙ୍କାର ସ୍କାମ ହୋଇଛି । ଆନ୍ଧ୍ର ପୋଲିସ ଧରିଲା, ଓଡିଶା ପୋଲିସ ବାହା ବାହା ନେଉଛି । ଏହାକୁ ଡାର୍ଟି ପିକ୍ଚର ଫିଲ୍ମ ଡ଼ାଇଲଗ୍ ସମତୁଲ୍ୟ କରି ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ସିବିଆଇ ବଦଳରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦେଇ ବିଜେପିର ବଡ଼ ବଡ଼ିଆଙ୍କୁ ବଞ୍ଚାଇବା ଲାଗି ମସୁଧା ହୋଇଛି ବୋଲି କହିଛି ଦଳ ।
ପରୀକ୍ଷାର୍ଥୀଙ୍କୁ କୁହାଯାଇଥିଲା ୨୫ ଲକ୍ଷ ଦିଅ ଚାକିରି ନିଅ । କିଏ ଏହାକୁ ଚଳାଉଥିଲା । ତାହାର ଖୋଳତାଡ଼ କରାଯାଉ ? ପୂର୍ବତନ DIGଙ୍କ ପୁଅ ନାଁ ମଧ୍ଯ ସେହି ତାଲିକାରେ ରହିଛି । ଏହିଠାରେ ଜଣାପଡୁଛି ଏହା ଏକ ବଡ଼ ସିଣ୍ଡିକେଟ୍ । ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କୁ ୧ କୋଟି ଅନୁକମ୍ପା ରାଶି ଦିଆଯାଉ । କ୍ରାଇମବ୍ରାଞ୍ଚ ତଦନ୍ତ ନୁହଁ ବରଂ କୋର୍ଟ ମନିଟରିଙ୍ଗରେ ସିବିଆଇ ତଦନ୍ତ ହେଉ । ପରୀକ୍ଷାର୍ଥୀଙ୍କୁ ନ୍ୟାୟ ନମିଳିଲେ ଓଡ଼ିଶାର ଜେନଜେଡ ପରିସ୍ଥିତି ସୃଷ୍ଟି ହେବ । ଏଥିଲାଗି ରାଜ୍ୟ ସରକାର ଦାୟୀ ରହିବେ ବୋଲି କହିଛି ଷ୍ଟୁଡେଣ୍ଟସ୍ ଏଗନେଷ୍ଟ କରପସନ । ରାଜ୍ୟରେ ବିଜେପି ସରକାର ଆସିବା ପରଠାରୁ ବଢି ଚାଲିଛି ଅନିୟମିତତା । ଅନ୍ଧାର ହେଉଛି ହଜାର ହଜାର ଛାତ୍ରଛାତ୍ରୀଙ୍କ ଭାଗ୍ୟ ।