ଭୂତାଣୁ ସହ ଲଢେଇରେ ଜିତାପଟ ମାରିଛନ୍ତି ୮୩ ବର୍ଷୀୟ ଶ୍ୟାମଘନ ପଣ୍ଡା

ବାଲିଗୁଡ଼ା: ମହାମାରୀକୁ ମାତ୍ ଦେଲେ ୮୩ ବର୍ଷୀୟ ବୃଦ୍ଧ । ଭୂତାଣୁ ସହ ଲଢେଇରେ ଜିତାପଟ ମାରିଛନ୍ତି ଶ୍ୟାମଘନ ପଣ୍ଡା । କନ୍ଧମାଳ ବାଲିଗୁଡା ଭଗାମୁଣ୍ଡା ସାହିର ୮୩ ବର୍ଷୀୟ ବୃଦ୍ଧ ଶ୍ୟାମଘନ ପଣ୍ଡାଙ୍କୁ ଗତ କିଛି ଦିନ ତଳେ ଜ୍ୱର ଲାଗି ରହିଥିଲା । ଟେଷ୍ଟରେ ପଜିଟିଭ୍ ଚିହ୍ନଟ ହେବା ପରେ ଶ୍ୟାମଘନଙ୍କୁ ବାଲିଗୁଡ଼ା ବଡ଼ଗାଁରେ ଥିବା କୋଭିଡ୍ କେୟାର୍ ସେଣ୍ଟରକୁ ନିଆଯାଇଥିଲା ।

ସେଠାରେ ଉପଯୁକ୍ତ ଚିକିତ୍ସା ପରେ ଗତକାଲି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୁସ୍ଥ ହେବା ପରେ ସମୟରେ କୋଭିଡ୍ କେୟାର୍ ସେଣ୍ଟରର ଡାକ୍ତର ଅଭିନନ୍ଦନ ଜଣାଇବା ସହ ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ବିଦାୟ ଦେଇଥିଲେ ।

Leave a Reply