ଭିଜିଲାନ୍ସ ଜାଲରେ ଭବାନୀପାଟଣା ଜଳ ବିଭାଜିକା ପ୍ରକଳ୍ପର ସହକାରୀ ନିର୍ଦ୍ଦେଶକ

ଭୱାନୀପାଟଣା: ଭିଜିଲାନ୍ସ ଜାଲରେ ଭବାନୀପାଟଣା ଜଳ ବିଭାଜିକା ପ୍ରକଳ୍ପର ସହକାରୀ ନିର୍ଦ୍ଦେଶକ । ନିଜ ଷ୍ଟାପଙ୍କ ପାଖରୁ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶ୍ୟାମ ସୁନ୍ଦର ବଳଙ୍କୁ ରେଡ ହ୍ୟାଣ୍ଢେଡ ଧରିଲା ଭିଜିଲାନ୍ସ । ଭବାନୀ ପାଟଣା ଭିଜିଲାନ୍ସ ପକ୍ଷରୁ ଶ୍ୟାମ ସୁନ୍ଦରଙ୍କ ଅଫିସ ଓ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ ଜାରି ରହିଛି । ଶ୍ୟାମସୁନ୍ଦରଙ୍କ ସହ ସମ୍ବନ୍ଧିତ ୪ଟି ସ୍ଥାନରେ ରେଡ୍ ଚାଲିଛି । ଶ୍ୟାମସୁନ୍ଦର ବର୍ତ୍ତମାନ ଭବାନୀ ପାଟଣା ଜଳ ବିଭାଜିକା ଆସିଷ୍ଟାଣ୍ଟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ଶ୍ୟାମ ସୁନ୍ଦର ବଳଙ୍କୁ ଭବାନିପାଟଣା ଭିଜିଲାନ୍ସ ଅଫିସକୁ ଅଣାଯାଇ ଅଧିକ ତଦନ୍ତ ଜାରିରଖିଛି ଭିଜିଲାନ୍ସ ଟିମ୍ । ଏହି ମାମଲାରେ କୋରାପୁଟ ଭିଜିଲାନ୍ସ ମାମଲା ରୁଜୁ କରି ରେଡ୍ ଜାରି ରଖିଛି ।