ଭାରତ ପିନ୍ଧିବ ମିସ ୟୁନିଭର୍ସ ମୁକୁଟ !

ଅଲ୍ ସାଲଭାଡୋର: ଆଜି ମିସ୍ ୟୁନିଭର୍ସ ପ୍ରତିଯୋଗିତା ଫାଇନାଲ । ଭାରତରୁ ପ୍ରତିନିଧିତ୍ବ କରୁଛନ୍ତି ଶ୍ବେତା ଶାରଦା । ଏଲ ସାଲଭଡରରେ ଅନୁଷ୍ଠିତ ଏହି ୭୨ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଶ୍ବେତା ମୁକୁଟ ପିନ୍ଧିବାର ସମ୍ଭାବନା ଅଧିକ ।

ଚଣ୍ଡୀଗଡ଼ର ୨୨ ବର୍ଷୀୟା ମଡେଲ ଶ୍ବେତା ଶାରଦା ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ବ କରୁଛନ୍ତି । ଏହି ଅବସରରେ ଏଲ ସାଲଭଡରରେ ଆୟୋଜିତ ହୋଇଥିଲା ନ୍ୟାସନେଲ କଷ୍ଟ୍ୟୁମ କମ୍ପିଟିସନ । ଏଥିରେ ଏକ ସୁନ୍ଦର ପାରମ୍ପରିକ ପୋଷାକ ପିନ୍ଧି ଗର୍ଜିଅସ୍ ଲୁକରେ ନଜର ଆସିଥିଲେ ଶ୍ବେତା । ଷ୍ଟେଜକୁ ଶ୍ବେତା ଆସିବା ପରେ ଦର୍ଶକ ତାଳିରେ ଫାଟି ପଡିଥିଲା ପୁରା ପରିବେଶ । ଶ୍ବେତା ପିନ୍ଧିଥିବା ବସ୍ତ୍ରକୁ ବେଶ ପ୍ରଶଂସା କରିଥିଲେ ଦର୍ଶକ । ଆଜି ହେବ ଫାଇନାଲ ।

୨୦୦୦ ମସିହାରେ ଶ୍ବେତା ଜନ୍ମ ଗ୍ରହଣ କରିଥଲେ । ମାଆ ପାଖରେ ବଢ଼ି ଆସିଥିବା ଶ୍ବେତା ୧୬ ବର୍ଷରେ ମୁମ୍ବାଇକୁ ଚାଲିଆସିଥିଲେ । ଏହାପରେ ଆରମ୍ଭ ହୋଇଥିଲା ତାଙ୍କର ମଡେଲିଂ କ୍ୟାରିୟର । ଟିଭିର ଅନେକ କାର୍ଯ୍ୟକ୍ରମରେ ପୂର୍ବରୁ ନଜର ଆସିଛନ୍ତି ଶ୍ବେତା । ଏକାଧିକ ଡାନ୍ସ କମ୍ପିଟିସନରେ ନଜର ଜଲୱା ଦେଖାଇ ସାରିଛନ୍ତି । ଏକ ଡାନ୍ସ, ରିଅଲିଟି ଶୋ’ରେ ସେ ଜଣେ କୋରିଓଗ୍ରାଫର ଭାବେ ମଧ୍ୟ ନିଜର ଦାୟିତ୍ବ ତୁଲାଇଛନ୍ତି । ମୋଟ ୮୫ ଦେଶର ସୁନ୍ଦରୀ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି