କଟକରେ ବଢ଼ିଲା କରୋନା କଟକଣା, ୮ ତାରିଖ ଯାଏ ସହର ସଟରଡାଉନ୍

ଭୁବନେଶ୍ୱର: କଟକରେ କ୍ରମାଗତ ଭାବେ ବଢିଚାଲିଛି କରୋନା ସଂକ୍ରମଣ । ଏନେଇ ସିଏମ୍‌ସି ତଫରୁ ବଡ଼ ଘୋଷଣା କରାଯାଇଛି । କଟକରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକକୁ ଆଜିଠାରୁ ସଟଡାଉନ୍ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଆଜିଠାରୁ ଜୁଲାଇ ୮ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ କଟକ ବନ୍ଦ ରହିବ । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବାକୁ ବାଦ ଦେଇ ସହରରେ ଆଉ ସବୁକିଛି ବନ୍ଦ ରହିବ ।

ସୂଚନାଯୋଗ୍ୟ ଯେ, ଦିନକୁ ଦିନ କଟକରେ କରୋନା ଗ୍ରାଫରେ ଉପର ମୁହାଁ ହେଉଛି କରୋନା । ଶନିବାର ରାଜ୍ୟରେ ନୂଆ ୪୯୫ଟି କରୋନ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୧୧ ଜଣ କଟକ ସହରରୁ ଚିହ୍ନଟ ହୋଇଛନ୍ତି । ୫ ଜଣ ଆଚାର୍ଯ୍ୟ କରିହର କର୍କଟ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬ ଜଣ ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ଗତ ୩ ତାରିଖ ଦିନ ୫୯ ଜଣ କେବଳ କଟକରୁ ଚିହ୍ନଟ ହୋଇଥିଲେ ସେମାନଙ୍କ ମଧ୍ୟରୁ ୫୩ ଜଣ ଆଚାର୍ଯ୍ୟ କରିହର କର୍କଟ କେନ୍ଦ୍ରରୁ ଚିହ୍ନଟ ହୋଇଥିଲେ ।

ଏଣେ ରାଜ୍ୟର ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ ଚଳିତ ବର୍ଷ କାଉଡି ଯାତ୍ରା ହେବ ନାହିଁ ବୋଲି କହିଛନ୍ତି ।   ଆସନ୍ତା ସୋମବାର ଠାରୁ ଆରମ୍ଭ ହେଉଛି ଶ୍ରାବଣ ମାସ ।ଶ୍ରାବଣ ମାସ ହେଉଛି ଓଡ଼ିଆ ପରମ୍ପରାରେ ଏକ ପବିତ୍ର ମାସ । ଏହି ମାସରେ ରାଜ୍ୟର ସମସ୍ତ ଶୈବପୀଠରେ ଭକ୍ତଙ୍କର ସମାଗମ ଅଧିକ ହୋଇଥାଏ । କାରଣ ଏହି ମାସରେ କାଉଡ଼ିଆ ପାଣି ନେଇ ମହାବେବଙ୍କ ଠାରେ ଜଳାଭିଷେକ କରିଥାନ୍ତି । କିନ୍ତୁ ଏବେ କରୋନା କାଳ ପାଇଁ ରାଜ୍ୟରେ କୋଭିଡ ନିୟମକୁ ଲାଗୁ କରାଯାଇଛି । ସେଥିପାଇଁ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ କରାଯାଇଛି ।

 

ତେବେ କାଉଡ଼ିଆ ଜଳ ଲାଗି ସମୟରେ ସାମାଜିକ ଦୂରତାକୁ ହରାଇବା ବହୁତ ସୁଯୋଗ ରହିଛି । ସେଥିପାଇଁ ଚଳିତ ବର୍ଷ ଶ୍ରାବଣ ମାସରେ ଜଳଲାଗିକୁ ବାରଣ କରାଯାଇଛି । ଏବେ ଭକ୍ତ ମାନଙ୍କ ସଂଖ୍ୟା ଅଧିକ ବଢ଼ିଛି ।  ଏହି ପରିସ୍ଥିତି ଏବେ ବଡ଼ ଚ୍ୟାଲେଞ୍ଚ ହୋଇଛି ଆମ ପାଇଁ । କାଉଡ଼ିଆଙ୍କ ଦ୍ୱାରା କମୁନିକେସନ ହେବାର ସମ୍ବାବନା ବହୁତ ଅଧିକ ରହିଛି । ଏନେଇ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଲୋକଙ୍କୁ ଏହି ନିୟମକୁ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର ।

 

Leave a Reply