ଚାମ୍ପିୟନ୍ସ ଟ୍ରଫି ଫାଇନାଲ ପରେ ଅବସର ନେବେ ରୋହିତ ଶର୍ମା? ବଡ଼ ବୟାନ ଦେଲେ ଉପଅଧିନାୟକ

ଆସନ୍ତାକାଲି ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପକୁ ଭେଟିବେ । ତେବେ ଗୋଟିଏ ପଟେ ଟ୍ରଫି ଜିତିବା ପାଇଁ ଟିମ୍ ଇଣ୍ଡିଆ ତା’ର ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ ରହିଥିବା ବେଳେ ମ୍ୟାଚକୁ କ୍ରୀଡ଼ାପ୍ରେମୀ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି । ତେବେ ଏହା ମଧ୍ୟରେ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ଆସିଛି ଏକ ବଡ଼ ଖବର । ହିଟମ୍ୟାନଙ୍କ ସନ୍ନ୍ୟାସ ପ୍ରସଙ୍ଗରେର ଉପଅଧିନାୟକ ଶୁବମନ ଗିଲ ଏକ ବଡ଼ ବୟାନ ଦେଇଛନ୍ତି ।

ଫାଇନାଲ ମ୍ୟାଚ ପୂର୍ବରୁ ଗିଲ ଏକ ପ୍ରେସ କନଫରେନ୍ସ କରିଥିଲେ । ଏହି ଅବସରରେ ରୋହିତଙ୍କ ଅବସରକୁ ନେଇ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ । ଚାମ୍ପିୟନ୍ସ ଟ୍ରଫି ଫାଇନାଲ ପରେ ରୋହିତ ସନ୍ନ୍ୟାସ ନେବେ କି ବୋଲି ପ୍ରଶ୍ନର ସ୍ପଷ୍ଟୀକରଣ ଦେଇଥିଲେ ଗିଲ । ଗିଲ କହିଥିଲେ, ଏବେ ଆମ ଟିମ ଜିତିବାକୁ ପ୍ରୟାସ କରୁଛି । ଦଳରେ ଏହାକୁ ନେଇ କୌଣସି ଆଲୋଚନା ହୋଇନି । ଅବସର ବାବଦରେ ରୋହିତ ଭାଇ ନିଜେ ନିଷ୍ପତ୍ତି ନେବେ । ଏବେ ସେ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ଜିତିବା ଉପରେ ଫୋକସ କରୁଛନ୍ତି । ବର୍ତ୍ତମାନଙ୍କ ରୋହିତ ଭାଇଙ୍କ ସନ୍ନ୍ୟାସକ ନେଇ କୌଣସି ଚର୍ଚ୍ଚା ହୋଇନି ।