ଶ୍ରୀନଗରରେ ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀ ଆକ୍ରମଣ, ୩ ଆତଙ୍କବାଦୀ ନିହତ ଜଣେ ଯବାନ ସହିଦ

1 min read

ଶ୍ରୀନଗର: ଜାମ୍ମୁ କାଶ୍ମୀରର ଶ୍ରୀନଗରରେ ଥମୁନି ଆତଙ୍କବାଦୀ ଆକ୍ରମଣ । ଗତକାଲି ବିଳମ୍ବିତ ରାତିରେ ପୁଣି ଆତଙ୍କୀ ଆକ୍ରମଣ କରିଛନ୍ତି । ସ୍ଥାନୀୟ ପୋଲିସ ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ପାଟ୍ରୋଲିଂ ଉପରେ ଆକ୍ରମଣ କରିଥିଲେ । ଏହା ପରେ ଆରମ୍ଭ ହୋଇଥିବା ଏନକାଉଣ୍ଟର । ଜାମ୍ମୁ କାଶ୍ମୀର ପୋଲିସ ଏବଂ CRPF ତିନି ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ଏହି ଏନକାଉଣ୍ଟରରେ ଜାମ୍ମୁ କାଶ୍ମୀର ପୋଲିସର ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ସହିଦ ହୋଇଛନ୍ତି ।

ଶ୍ରୀନଗର ଜିଲ୍ଲାର ପନ୍ଥ ଚୌକ୍ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଥିଲା । ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ନିହତ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିହତ ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି । ଅଧିକାରୀଙ୍କ କହିବାନୁସାରେ, ଏବେ ଏନକାଉଣ୍ଟର ଶେଷ ହୋଇଛି । ସମସ୍ତ ତିନୋଟି ଆତଙ୍କବାଦୀ ନିହତ ହୋଇଛନ୍ତି । ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇ ନାହିଁ । କିନ୍ତୁ ଉକ୍ତ ଅଞ୍ଚଳରେ ଏପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ୍ ଚାଲିଛି ।

ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଜାମ୍ମୁ କାଶ୍ମୀର ପୋଲିସ ଏବଂ CRPF ର ମିଳିତ ଦହ ଉପରେ ତିନି ଜଣ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏହି ଆତଙ୍କବାଦୀମାନେ ବାଇକରେ ଆସିଥିଲେ । ତେବେ ପ୍ରତିଦିନ ରାଜ୍ୟର କିଛି ଅଞ୍ଚଳରୁ ଏନକାଉଣ୍ଟର ରିପୋର୍ଟ ଆସୁଛି । ଗତ ଦୁଇ ଦିନ ମଧ୍ୟରେ ଏହା ହେଉଛି ତୃତୀୟ ଘଟଣା । ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ସୁରକ୍ଷା ବାହିନୀ ପ୍ରଥମେ ୨୮ ରେ ଏବଂ ପରେ ୨୯ ଅଗଷ୍ଟରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ।

Leave a Reply