spot_img

Latest Posts

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ; ଶ୍ରେୟସ ଆୟରଙ୍କୁ ଦଳରେ ମିଳିଲା ସ୍ଥାନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ କରିଛି ବିସିସିଆଇ । ଆସନ୍ତା ୧୭ ତାରିଖରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ । ତେବେ ଏହି ମ୍ୟାଚ ପୂର୍ବରୁ ଷ୍ଟାର ବ୍ୟାଟର ଶ୍ରେୟସ ଆୟରଙ୍କୁ ଦଳରେ ସାମିଲ କରାଯାଇଛି । ସେ ମମ୍ପୂର୍ଣ୍ଣ ଭାବେ ଏବେ ଫିଟ୍ ଅଛନ୍ତି । ଦିଲ୍ଲୀ ଟେଷ୍ଟ ପାଇଁ ଶ୍ରେୟସ ଖୁବଶୀଘ୍ର ଦଳ ସହ ଯୋଡ଼ିହେବେ । ବିସିସିଆଇ ଏନେଇ ଟ୍ୱିଟ କରି ସୂଚନା ଦେଇଛି । ବିସିସିଆଇ ପ୍ରେସ ବିଜ୍ଞପ୍ତିରେ କହିଛି ଯେ, ଭାରତୀୟ ଷ୍ଟାର ବ୍ୟାଟର ଶ୍ରେୟସ ଆୟର ନିଜ ପିଠିରେ ଆଘାତ ପରେ ନ୍ୟାସନାଲ କ୍ରିକେଟ ଆସୋସିଏସନରେ ସଫଳତାର ସହ ରିହାବ ପ୍ରକ୍ରିୟା ଶେଷ କରିଛନ୍ତି ।

ଏବେ ସେ ଖେଳିବା ପାଇଁ ସମ୍ପୂର୍ଣ୍ଣ ଫିଟ୍ ରହିଛନ୍ତି । ତାଙ୍କୁ ବିସିସିଆଇ ମେଡିକାଲ ଟିମ ଦ୍ୱାରା ମଞ୍ଜୁରି ଦିଆଯାଇଛି । ବର୍ଡର ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ସେ ସ୍କ୍ୱାଡରେ ସାମିଲ ରହିବେ । ଆହତ କାରଣରୁ ଶ୍ରେୟସ ଆୟର ପ୍ରାୟ ଏକ ମାସରୁ ଅଧିକ ସମୟ ହେବ କ୍ରିକେଟ ଖେଳିନାହାନ୍ତି ଏବଂ ଏହା ଦେଖିବାକୁ ପଡ଼ିବ ଯେ ତାଙ୍କୁ ସିଧାସଳଖ ପ୍ଲେଇଙ୍ଗ-୧୧ରେ ସ୍ଥାନ ମିଳୁଛି କି ନାହିଁ ତା ଉପରେ ସମସ୍ତଙ୍କ ନଜର ରହିଛି । ସୂଚନାଥାଉକି, ଭାରତ ପ୍ରଥମ ଟେଷ୍ଟ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ପରାଜିତ କରିଥିଲା ।

ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ (ଉପ ଅଧିନାୟକ), ଶୁବମନ ଗିଲ୍, ଚେତେଶ୍ୱର ପୁଜାରା, ବିରାଟ କୋହଲି, ଶ୍ରେୟସ ଆୟର, କେଏସ୍ ଭରତ (ୱିକେଟକିପର), ଇଶାନ କିଶନ(ୱିକେଟକିପର), ଆର୍ ଅଶ୍ୱିନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ଉମେଶ ଯାଦବ, ସୂର୍ଯ୍ୟକୁମାର ଯାଦବ ।

Latest Posts

Don't Miss