ନକଲି ୱେବସାଇଟ ଖୋଲି ଠକେଇ ଘଟଣା: ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଅନୁରୋଧ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

1 min read

ପୁରୀ: ପୁରୀ ଶ୍ରୀମନ୍ଦିର ପ୍ରଶାସନର ଭକ୍ତନିବାସ ନାମରେ ନକଲି ୱେବସାଇଟ ଖୋଲି ଠକେଇ ଘଟଣା । ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଅନୁରୋଧ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ । ଏକ ପତ୍ର ମାଧ୍ୟମରେ ମୁଖ୍ୟ ପ୍ରଶାସକ ଜଣାଇଛନ୍ତି ଯେ, ଶ୍ରୀମନ୍ଦିରର ନିଜସ୍ବ ୱେବସାଇଟ www.shreejagannatha.in ଏବଂ www.stayatpurijagannatha.in ମାଧ୍ୟମରେ ଭକ୍ତନିବାସ ଗୁଡିକର ବୁକିଂ ହୋଇଆସୁଛି । କିନ୍ତୁ କିଛି ଦୁର୍ବୃତ୍ତ ନକଲି ୱେବସାଇଟ୍ ତିଆରି କରି ଭକ୍ତନିବାସ ନାମରେ ଲୋକଙ୍କୁ ଠକୁଛନ୍ତି । ଏପରିକି ଏକ ନକଲି ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇ ଠକେଇ ନେଣଦେଣ ହେଉଥିବା ଅଭିଯୋଗ ହୋଇଛି । ତେଣୁ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଚିଠିରେ ଅନୁରୋଧ କରାଯାଇଛି। ଏହା ସହିତ ପୂର୍ବରୁ ବିଭିନ୍ନ ଥାନାରେ ଦାଖଲ ହୋଇଥିବା ଏଫ୍.ଆଇ.ଆର୍ ଗୁଡିକର ତଥ୍ୟ ମଧ୍ୟ ସଂଲଗ୍ନ କରାଯାଇଅଛି।