ଆନନ୍ଦ ବଜାରରେ ଅଣାଯିବ ଶୃଙ୍ଖଳା, ସୁଆରଙ୍କ ବ୍ୟତୀତ ଅନ୍ୟ କେହି ଅବଢ଼ା ବିକ୍ରି କରିବେ ନାହିଁ

ପୁରୀ: ଶ୍ରୀମନ୍ଦିର ଆନନ୍ଦବଜାର ଶୃଙ୍ଖଳା ନେଇ ସବକମିଟି ବୈଠକ ଅନୁଷ୍ଠିତ । ଏହି ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ତେବେ ବୈଠକରେ ଅବଢ଼ା ଦର ଧାର୍ଯ୍ୟ ନେଇ ଆଲୋଚନା ହୋଇଥିବା ସତ୍ତ୍ୱେ ଦର ନିର୍ଦ୍ଧାରଣ ନେଇ ସ୍ପଷ୍ଟ ହୋଇନାହିଁ । ସୁଆର ମହାସୁଆର ନିଯୋଗ ପକ୍ଷରୁ ବର୍ତ୍ତମାନ ବଜାର ଦରକୁ ନେଇ ତାଲିକା ପ୍ରଦାନ କରାଯାଇଛି ।

ଆନନ୍ଦ ବଜାରରେ ଜରି ପାଲ ଖୋଲାଯାଇ ସ୍ଥାୟୀ ସେଡ୍ ହେବାକୁ ଥିବା ବେଳେ ୩ ଓ ୧୪ ନମ୍ବର ଖଜା ଦୋକାନ ଭଙ୍ଗାଯିବ ବୋଲି ନିଷ୍ପତ୍ତି ହୋଇଛି । କୌଣସି ସେବାୟତ ଶ୍ରୀମନ୍ଦିର ଭିତରକୁ ପାନ, ଗୁଟଖା ଖାଇ ଯିବେ ନାହିଁ । ଆନନ୍ଦ ବଜାରରେ ଶୃଙ୍ଖଳା ଅଣାଯିବ। ଆନନ୍ଦବଜାରେ ସୁଆରଙ୍କ ବ୍ୟତୀତ ଅନ୍ୟ କେହି ଅବଢ଼ା ବିକ୍ରି କରିବେ ନାହିଁ  ବୋଲି ନିଷ୍ପତ୍ତି ନିଆଯାଇଛି।