ଶ୍ରଦ୍ଧା କପୁର ଖୋଲିଲେ ସୁଶାନ୍ତଙ୍କ ପାବନା ଫାର୍ମହାଉସର ରହସ୍ୟ, ପାର୍ଟିରେ ଥିଲେ ଅଜବ ୬ ବ୍ୟକ୍ତି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ଆସିବା ପରେ ପୁରା ବଲିଉଡ ଏନ୍‌ସିବି ଟାର୍ଗେଟରେ ରହିଛି । ତିଆରି ହୋଇଥିବା ତାଲିକା ଅନୁଯାୟୀ ଏନ୍‌ସିବି ଅଫିସକୁ ଟଣା ହେଉଛନ୍ତି ଜଣକ ପରେ ଜଣେ ଅଭିନେତ୍ରୀ । ଡ୍ରଗ୍ସ ଲିଙ୍କ ମାମଲାରେ ପଚରାଉଚରା ପାଇଁ ଏନସିବି ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲି ଖାନ ଏବଂ ଶ୍ରଦ୍ଧା କପୁରଙ୍କୁ ନୋଟିସ୍‌ କରିଥିଲା । ନୋଟିସ ଅନୁଯାୟୀ ସମସ୍ତେ ପାଳି ପାଳି କରି ଏନ୍‌ସିବିର ମୁମ୍ବାଇ ସ୍ଥିତ ଅଫିସରେ ପହଞ୍ଚିଥିଲେ । ଏନସିବି ର ଜେରାରେ ୩ ଅଭିନେତ୍ରୀଙ୍କ ଠାରୁ ବିଭିନ୍ନ ପ୍ରକାରର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି ।

ତଥ୍ୟ ଅନୁଯାୟୀ ଶ୍ରଦ୍ଧା କପୁର କହିଛନ୍ତି ଯେ ସେ ଛିଚୋରେ ଫିଲ୍ମ ସୁଟିଂ ସମୟରେ ସୁଶାନ୍ତଙ୍କ ପାବନା ଫାର୍ମହାଉସକୁ ଯାଇଥିଲେ । ସେଠାରେ ଏକ ପାର୍ଟି ଅର୍ଗାନାଇଜ କରାଯାଇଥିଲା । ଯେଉଁଠାରେ ସେ କେବଳ ନାଚିଥିଲେ । କିନ୍ତୁ ସେ ଡ୍ରଗ୍ସ ନେଇନଥିଲେ  କାରଣ ସେ ନିଶା  ସେବନ କରନ୍ତି ନାହିଁ ବୋଲି କହିଛନ୍ତି ଶ୍ରଦ୍ଧା ।

ଏନସିବି ପ୍ରଶ୍ନର ଉତ୍ତରରେ ଶ୍ରଦ୍ଧା କପୁର କହିଛନ୍ତି ଯେ ସେ ଫିଲ୍ମ ଛିଚୋରେ ପାର୍ଟିକୁ ଯାଇଥିଲେ । ସେ କହିଥିଲେ ଯେ ଅପରାହ୍ନ ପ୍ରାୟ ୩ଟା ବେଳେ ପାବନା ଫାର୍ମ ହାଉସରେ ପହଞ୍ଚିଥିଲେ । ଯେଉଁଠାରେ ମଧ୍ୟାହ୍ନ ଭୋଜନ ପରେ ଆମେ ଡଙ୍ଗାରେ ଦ୍ୱିପରେ ପହଞ୍ଚିଥିଲୁ । ଜେରା ସମୟରେ ଶ୍ରଦ୍ଧା କହିଛନ୍ତି ଯେ ପାର୍ଟିରେ ମଦ ଏବଂ ଡ୍ରଗ୍ସ ର ବ୍ୟବହାର ହୋଇଥିଲା । ପାର୍ଟିରେ ଡିଜେ ଲଗାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାର୍ଟି ଅନୁଷ୍ଠିତ ହୋଇଥିଲା । ଶ୍ରଦ୍ଧା କହିଛନ୍ତି ଯେ ଏହି ପାର୍ଟିରେ ଅନେକ ଲୋକ ଡ୍ରଗ୍ସ ନେଇଥିଲେ କିନ୍ତୁ ସେ ଡ୍ରଗ୍ସ ନେଇ ନଥିଲେ ବୋଲି ଏନ୍‌ସିବି ସାମ୍ନାରେ କହିଛନ୍ତି ।

ଶ୍ରଦ୍ଧା କପୁର ଏନସିବିରେ ସ୍ୱୀକାର କରିଛନ୍ତି ଯେ ସୁଶାନ୍ତ ସିଂ ରାଜପୁତ ଭ୍ୟାନିଟି ଭ୍ୟାନରେ ଫିଲ୍ମର ସୁଟିଂ ସମୟରେ ଡ୍ରଗ୍ସ ନେଉଥିବାର ଦେଖିଛନ୍ତି । ଏହା ପରେ ଶ୍ରଦ୍ଧା ଏକ ବଡ଼ ଖୁଲାସା କରିଛନ୍ତି । ଶ୍ରଦ୍ଧା କହିଛନ୍ତି ଯେ ପାର୍ଟିରେ ୬ ଜଣ ଜଣ ଅଜବ ବ୍ୟକ୍ତି ଯୋଗ ଦେଇଥିଲେ । ଯେଉଁମାନଙ୍କ ତାଙ୍କ ସାମ୍ନାକୁ ଆଣିଲେ ସେ ଚିହ୍ନି ପାରିବେ ବୋଲି ଶ୍ରଦ୍ଧା କହିଛନ୍ତି ।

Leave a Reply