spot_img

Latest Posts

ସ୍କୁଟରରେ ବୟଫ୍ରେଣ୍ଡ ସହ ସିମ୍ପଲ ଲୁକରେ ନଜର ଆସିଲେ ଶ୍ରଦ୍ଧା କପୁର… ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡର କଳାକାରମାନେ ପ୍ରଫେସନାଲ ଲାଇଫ ବ୍ୟତୀତ ନିଜ ପର୍ସନାଲ ଲାଇଫକୁ ନେଇ ମଧ୍ୟ ବେଶ ଚର୍ଚ୍ଚାରେ ଥାଆନ୍ତି । କିଏ ନିଜ ବିବାହକୁ ନେଇ ତ କିଏ ଛାଡପତ୍ର ନେଇ ଲାଇମ ଲାଇଟରେ ଥାଆନ୍ତି । କେବଳ ସେତିକି ନୁହେଁ ଫିଲ୍ମ ଜଗତରେ ପ୍ରେମ କାହାଣୀର ମଧ୍ୟ ଖୁବ ଚର୍ଚ୍ଚା ହେଉଥାଏ। ବଲିଉଡର ବିଭିନ୍ନ ଯୋଡିଙ୍କ ବିଷୟରେ ସବୁବେଳେ କିଛି ନା କିଛି ଗପସପ୍ ଶୁଣିବାକୁ ମିଳିଥାଏ । ଦର୍ଶକଙ୍କ ଦିଲରେ ରାଜ କରୁଥିବା ବି ଟାଉନ ସୁନ୍ଦରୀ ଶ୍ରଦ୍ଧା କପୁରଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ପ୍ରଶଂସକମାନେ ଋଚି ରଖିଥାନ୍ତି।

https://www.instagram.com/p/CBN521jHPu3/

ତେବେ ନିକଟରେ ଶ୍ରଦ୍ଧା ନିଜ ବୟଫ୍ରେଣ୍ଡ ସହ ସ୍କୁଟରରେ ବୁଲୁଥିବାର ସ୍ପଟ୍ କରାଯାଇଛି । ଲକଡାଉନ୍ ର କିଛି ନିୟମ କୋହଳ ହେବା ପରେ ଅଭିନେତ୍ରୀ ଶ୍ରଦ୍ଧା କପୁର ଏବଂ ତାଙ୍କ ଭାଇ ସିଦ୍ଧାନ୍ତ କପୁର କିଛି ଜିନିଷ କିଣିବାକୁ ବାହାରକୁ ଆସିଥିଲେ। ଏହା ପରେ ପୁଣି ଅଭିନେତ୍ରୀଙ୍କୁ ବାହାରେ ବୁଲୁଥିବା ଦେଖିବାକୁ ମିଳିଛି । କିନ୍ତୁ ଏଥର ଶ୍ରଦ୍ଧା ତାଙ୍କ ପରିବାର ସଦସ୍ୟଙ୍କ ସହ ନୁହେଁ ବରଂ ତାଙ୍କୁ ବୟଫ୍ରଣ୍ଡ ରୋହନ ଶ୍ରେଷ୍ଟାଙ୍କ ସହ ସ୍ପଟ୍ କରାଯାଇଛି । ଶ୍ରଦ୍ଧା କପୁର ଅତି ସିମ୍ପଲ ଲୁକ୍ ରେ ନଜର ଆସିଥିଲେ। ତେବେ ପୂର୍ବରୁ ରୋହନ ଓ ଶ୍ରଦ୍ଧା ଏହି ରିଲେସନଶିପକୁ ଅସ୍ୱୀକାର କରିଥିଲେ । କିନ୍ତୁ ଏବେ ସୂଚନା ମିଳିଛି ଯେ ଶ୍ରଦ୍ଧା ଏବଂ ରୋହନ ତାଙ୍କ ସମ୍ପର୍କକୁ ନେଇ ସିରିୟସ ଅଛନ୍ତି ଏବଂ ଖୁବ୍ ଶୀଘ୍ର ବିବାହ ମଧ୍ୟ କରି ପାରନ୍ତି। କିନ୍ତୁ ସେମାନେ କେବେ ବିବାହ କରିବେ ଏନେଇ କିଛି ସ୍ପଷ୍ଟ ହୋଇନାହିଁ।

ସୋସିଆଲ ମିଡିଆରେ ଉଭୟଙ୍କର ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଦୁହେଁ ସ୍କୁଟରରେ ବୁଲୁଥିବାବେଳେ ମୁହଁରେ ମାସ୍କ ପିନ୍ଧିଥିଲେ । ଶ୍ରଦ୍ଧା କ୍ୟାମେରାଠୁ ଲୁଚିବା ପାଇଁ ପୂରା ଚେଷ୍ଟା କରିଥିଲେ । ସୂଚନାଯୋଗ୍ୟ ଯେ, ରୋହନ ଶ୍ରେଷ୍ଟା ଟିନସେଲ୍ ସହରର ଜଣେ ପ୍ରସିଦ୍ଧ ଫଟୋଗ୍ରାଫର । ଶେଷ ଥର ପାଇଁ ଶ୍ରଦ୍ଧା କପୁରଙ୍କୁ ଟାଇଗର ଶ୍ରଫଙ୍କୁ ସହ ଫିଲ୍ମ ବାଗି ୩ରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା।

Latest Posts

Don't Miss