ପୋଲିସ-ପ୍ରିୟଙ୍କା ମୁହାଁ-ମୁହିଁ: ଆରେଷ୍ଟ ପୂର୍ବରୁ ମାଗିଲେ ୱାରେଣ୍ଟ

1 min read

ଲକ୍ଷ୍ନୌ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଘଟଣାସ୍ଥଳକୁ ଯିବାକୁ ଦେଉ ନାହାଁନ୍ତି ୟୁପି ପୋଲିସ  । ଅଧ ରାସ୍ତାରେ ଅଟକାଇଛନ୍ତି  । ଉତ୍ତେଜକ ପରିସ୍ଥିତି ସୃଷ୍ଟି ହେବା ନେଇ ପ୍ରିୟଙ୍କାକୁ ଯିବାକୁ ଅନୁମତି ଦେଇନାହାଁନ୍ତି ପୋଲିସ ଅଧିକାରୀ  । ସେପଟେ ଗିରଫ କରିବାକୁ ଆସିଥିବା ପୋଲିସଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ୱାରେଣ୍ଟ ନୋଟିସ ମାଗିଛନ୍ତି  । ମୋତେ ଗିରଫ କରିବାକୁ ହେଲେ ୱାରେଣ୍ଟ ଆଣିବାକୁ ପଡିବ  । ୱାରେଣ୍ଟ ନୋଟିସ ଦେଖାଇବା ପରେ ମୋ ଦେହରେ ହାତ ମାରିବ ବୋଲି କଡା ଚେତାବନୀ ଦେଇଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା  ଗାନ୍ଧୀ ଭଦ୍ରା  ।

ବିଜେପି ନେତା ତଥା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆନ୍ଦୋଳନରତ ଚାଷୀଙ୍କ ଉପରେ ଗାଡ଼ି ଚଢାଇବା ଘଟଣା ଏବେ ରାଜନୈତିକ ମୋଡ ନେଇଛି  । କଂଗ୍ରେସ ସମେତ ସମାଜବାଦୀ ପାର୍ଟ୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟ୍ଟି ମଧ୍ୟ ଏନେଇ ସରକାରଙ୍କୁ କାଠଗଡ଼ାକୁ ଟାଣିବା ଆରମ୍ଭ କରିଛନ୍ତି  । କାର ମଡାଇବା ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା  । ଏହାର ପରବର୍ତ୍ତୀ ସମୟରେ ସେଠାରେ ବ୍ୟାପକ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା  । ଘଟଣା ଏଭଳି ହୋଇଥିଲା ଯେ ଲକ୍ଷ୍ମାପୁର ହିଂସା ଘଟଣାରେ ୮ ଜଣ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଛି  ।

କେନ୍ଦ୍ରମନ୍ତ୍ରୀଙ୍କୁ ମନ୍ତ୍ରୀପଦରୁ ହଟାଇବା ସହ ପୁଅ ଆଶିଷ ବିରୋଧରେ ସଙ୍ଗୀନ ଦଫା ଲଗାଇବାକୁ ଦାବି କରିଛନ୍ତି ବିରୋଧି ନେତା  । ସେପଟେ ଘଟଣାକୁ ନେଇ ରାଷ୍ଟପତିଙ୍କୁ ପତ୍ର ଲେଖିଛି ମିଳିତ କିଷାନ ମୋର୍ଚ୍ଚା । କେନ୍ଦ୍ରମନ୍ତ୍ରୀ ପଦରୁ ଅଜୟ ମିଶ୍ରଙ୍କୁ ହଟାଇବା ସହ ମନ୍ତ୍ରୀଙ୍କ ପୁଅ ଆଶିଷ ନାମରେ ହତ୍ୟା ମାମଲା ରୁଜୁ ଓ ପୁରା ମାମଲାର ଯାଞ୍ଚ ପାଇଁ SIT ଗଠନ କରିବାକୁ କିଷାନ ମୋର୍ଚ୍ଚା ଦାବି କରିଛି । କିପରି ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇ ପାରିବ  । ସେଠାରେ ଆଇନଶୃଙ୍ଖଳା ସ୍ଥିତି କିପରି ସୃଷ୍ଟି ନହେବ ସେନେଇ ବିଶେଷ ଧ୍ୟାନ ରଖିଛି ପୋଲିସ  ।

Leave a Reply