ଛାଡ଼ିପଳାଇଲେ ଡାକ୍ତରଖାନା, ନୋଟିସ୍ କଲେ ମନ୍ତ୍ରୀ

1 min read

ସାବଧାନ ଡାକ୍ତରବାବୁ! ନିରାମୟ ବଦଳରେ ରୋଗୀଙ୍କୁ ଘରୋଇ ମେଡିସିନ ଦୋକାନକୁ ପଠାଉଛନ୍ତି କି ? କୌଣସି ମୂହୁର୍ତ୍ତରେ ବି ଆପଣ ଆସିପାରନ୍ତି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍କାନ୍‌ରକୁ । ଯାହା ମହଙ୍ଗା ପଡ଼ିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଡାକ୍ତରଖାନାର ଡାକ୍ତରଙ୍କୁ । ଆଜି ଅଚାନକ୍‌ ହସ୍ପିଟାଲ ପରିଦର୍ଶନରେ ଆସିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଉଦ୍ଦେଶ୍ୟ ଥିଲା ରୋଗୀଙ୍କ ସମସ୍ୟା ବୁଝିବା । ଡାକ୍ତରଖାନା ବାରଣ୍ଡା ମାଡ଼ିବା ମାତ୍ରେ, ଆଖିରେ ପଡ଼ିଲା ଡାକ୍ତରଙ୍କ ପ୍ରେସକ୍ରିପସନ୍ । ନିରାମୟ ବଦଳରେ ଥିଲା ଘରୋଇ ମେଡିସିନ ଷ୍ଟୋରର ଦାମୀ ଔଷଧର ତାଲିକା । ଏ ସମ୍ପର୍କରେ ରୋଗୀଙ୍କୁ ପଚାରି ସତ୍ୟାସତ୍ୟ ଜାଣିବାକୁ ପାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ । ବାହାରୁ ଔଷଧ କିଣିବାକୁ ପ୍ରେସକ୍ରାଇବ କରିଥିବା ଡାକ୍ତରଙ୍କୁ ଡାକିଥିଲେ, କିନ୍ତୁ ସମ୍ପୃକ୍ତ ଡାକ୍ତର ଦୁହେଁ ମନ୍ତ୍ରୀଙ୍କ ସହ କଥା ନହୋଇ ସେହି ସ୍ଥାନ ଛାଡ଼ି ପଳାଯାଇଥିଲେ। ନିୟମ ଅନୁସାରେ ୨ ଜଣ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ମନ୍ତ୍ରୀ । ଏଥିସହ କୁଚିଣ୍ଡା କଲୋନୀ ସ୍କୁଲ ଯାଇ ମଧ୍ୟାହ୍ନ ଭୋଜନ ଖାଇବା ସହ ଏହାର ଗୁଣବତ୍ତା ମଧ୍ୟ ଯାଞ୍ଚ କରିଛନ୍ତି ମନ୍ତ୍ରୀ । ୫-ଟି କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବଙ୍କୁ ଭିନ୍ନ ଭିନ୍ନ ସ୍ଥାନ ଗସ୍ତ କରିବାକୁ ପରାମର୍ଶ ଦିଆଯାଇଛି । ଏଥିରେ ସେମାନେ ସରକାରଙ୍କ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରୀତା ଏବଂ ରୂପାନ୍ତରିକରଣ ଉପରେ ଗୁରୁତ୍ୱ ଦେଉଛନ୍ତି । ')}

Leave a Reply