ପ୍ରିଣ୍ଟିଂ ପାଇଁ ପେପର୍ ଅଭାବ, ସ୍ଥଗିତ ହେଲା ପରୀକ୍ଷା

Shortage Of Printing Paper Sri Lanka Canceled School Students Test Exam

କଲମ୍ବୋ: ପ୍ରିଣ୍ଟିଂ ପେପର୍ ଅଭାବ ପାଇଁ ପରୀକ୍ଷା ରଦ୍ଦ । ଶ୍ରୀଲଙ୍କାରେ ପ୍ରିଣ୍ଟିଂ ପେପର୍ ଅଭାବ ପାଇଁ ସ୍କୁଲ୍ ପରୀକ୍ଷା ବାତିଲ୍ କରି ଦିଆଯାଇଛି । ପେପର୍ ଆମଦାନୀ ପାଇଁ ଶ୍ରୀଲଙ୍କା ପାଖରେ ଆବଶ୍ୟକ ଡଲାର ନଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁସାରେ, ସୋମବାର ଠାରୁ ସପ୍ତାହେ ଧରି ହେବାକୁ ଥିବା ଟର୍ମ ଟେଷ୍ଟ ପେପର୍ ପାଇଁ ପେପର୍ ଅଭାବ ଦେଖା ଦେଇଥିଲା । ଯେଉଁଥିପାଇଁ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ଥଗିତ ରଖାଯାଇଛି ।

Shortage Of Printing Sri Lanka Canceled School Students Test Exam

୧୯୪୮ରେ ସ୍ୱାଧୀନତା ପାଇବା ପରଠାରୁ ଏବେ ଶ୍ରୀଲଙ୍କା ସବୁଠୁ ବଡ଼ ଆର୍ଥିକ ସଂକଟରେ ବୁଡ଼ି ରହିଛି । ଶ୍ରୀଲଙ୍କା ପଶ୍ଚିମ ପ୍ରାନ୍ତ ଶିକ୍ଷା ବିଭାଗ ଅନୁସାରେ, ସ୍କୁଲରେ ପରୀକ୍ଷା ହୋଇପାରିବ ନାହିଁ । ପ୍ରିଣ୍ଟର୍ସ ପାଖରେ ଆବଶ୍ୟକ କାଗଜ ସହ କାଳିର ଅଭାବ ଥିବାବେଳେ ଆମଦାନୀ ପାଇଁ ବିଦେଶୀ ମୁଦ୍ରା ନାହିଁ । ଫଳରେ ସ୍କୁଲ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏହାଦ୍ୱାରା ଶ୍ରୀଲଙ୍କାର ୪୫ ଲକ୍ଷ ଛାତ୍ରଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ପରୀକ୍ଷାର୍ଥୀ ପ୍ରଭାବିତ ହେବେ ।

ସୂଚନାଯୋଗ୍ୟ, ଶ୍ରୀଲଙ୍କା ଏବେ ଗମ୍ଭୀର ଆର୍ଥିକ ସଂକଟ ମଧ୍ୟରେ ଗତି କରୁଛି । ଦେଶରେ ବିଦେଶୀ ମୁଦ୍ରା କମ୍ ରହିଛି । ଯେଉଁଥିପାଇଁ ଶ୍ରୀଲଙ୍କା ସରକାର ଆବଶ୍ୟକ ଆମଦାନୀ ବିଲ୍ ଭରିବାକୁ ଅସମର୍ଥ । ଅନ୍ୟପଟେ ଶ୍ରୀଲଙ୍କାର ଆର୍ଥିକ ସଂକଟ କାଳରେ ସହାୟତା ଯୋଗାଇବାକୁ ଭାରତ ଆଶ୍ୱାସନା ଦେଇଥିବା କହିଛନ୍ତି ଶ୍ରୀଲଙ୍କାର ଅର୍ଥମନ୍ତ୍ରୀ ବାସିଲ ରାଜପକ୍ଷେ ।