ସୀମା ହାଇଦର ମାମଲାରେ ଚାଲିଛି ତଦନ୍ତ, ଖାଦ୍ୟ ସାମଗ୍ରୀ ପାଇଁ ସଚିନଙ୍କ ପରିବାର ହନ୍ତସନ୍ତ

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନୀ ମହିଳା ସୀମା ହାଇଦରକୁ ନେଇ ପୁଣି ବିବାଦ ସାମ୍ନାକୁ ଆସିଛି । ସଚିନଙ୍କ ପରିବାର ମଧ୍ୟରେ ସୀମାକୁ ନେଇ ଝଡ଼ ଉଠିଛି । ସଚିନଙ୍କ ବାପା ନେତ୍ରପାଲଙ୍କ ପରିବାରରେ ଆର୍ଥିକ ସ୍ଥିତିକୁ ନେଇ ଦ୍ବନ୍ଦ ଦେଖାଦେଇଛି । ନେତ୍ରପାଲ କହିଛନ୍ତି ଯେବେଠାରୁ ସୀମା ହାଇଦର ମାମଲାକୁ ନେଇ ପୋଲିସ ତଦନ୍ତ କରୁଛି ସେବେଠାରୁ ନାନାଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । କାରଣ ପରିବାରର କୌଣସି ସଦସ୍ୟ ଟଙ୍କା ରୋଜଗାର କରିବାପାଇଁ ବାହାରକୁ ଯାଇପାରୁନାହାନ୍ତି । ଏହି କାରଣରୁ ଘରେ ଥିବା ରାସନ ସାମଗ୍ରୀ ମଧ୍ୟ ସରିଗଲାଣି ।

ସୀମା ହାଇଦର ଏବଂ ତାଙ୍କ ପ୍ରେମିକ ସଚ୍ଚିନ ଏବେ ଘର ଛାଡ଼ି ରାବପୁରରେ ଅନ୍ୟ ଏକ ଘରେ ରହୁଛନ୍ତି । ସଚ୍ଚିନଙ୍କ ବାପା ପୋଲିସକୁ କହିଛନ୍ତି ପୁରା ପରିବାର ଏବେ ଘରେ, ଏପରିକି ସେମାନେ ଘରୁ ବାହାରକୁ ଯିବାକୁ ସକ୍ଷମ ନୁହନ୍ତି । ଘରର ଅବସ୍ତା ରହିବା ପାଇଁ ଉପଯୁକ୍ତ ନୁହଁ ଖାଇବା, ପିଇବାରେ ବହୁ ସମସ୍ୟା ହେଉଛି ।  ଏହା ମଧ୍ୟ କହିଛନ୍ତି ଆମେ ଶ୍ରମିକ ଶ୍ରେଣୀର ଲୋକ ଯେଉଁମାନଙ୍କୁ ପ୍ରତ୍ୟେକ ଦିନ ରୋଜଗାର କରିବାକୁ ପଡ଼େ ପେଟ ପୋସିବା ପାଇଁ । କିନ୍ତୁ ତଦନ୍ତ ହେବା ଠାରୁ ପୋଲିସ ସେମାନଙ୍କୁ ଘରୁ ନଯିବାକୁ କହିଥିଲା, ସେବେଠାରୁ ସେମାନେ ରୋଜଗାର କରିବାକୁ ବାହାରକୁ ଯାଇପାରୁନାହାନ୍ତି ।

ବାସ୍ ଦିନରେ ସେମାନେ ସବୁବେଳେ ଘରେ ରହୁଛନ୍ତି । ପେଟ ଭରିବା, ପରିବାର ପୋଷିବା ପାଇଁ ହଇରାଣ ହେଉଛନ୍ତି । ସେ ଗଣମାଧ୍ୟମରେ ନିବେଦନ କହିଛନ୍ତି କୌଣସି ବରିଷ୍ଠ ଅଧିକାରିଙ୍କ ପାଖରେ ଆମର ଅସୁବିଧା ପହଞ୍ଚା ଯାଉ । କୌଣସି ଏକ ସମାଧାନ କରନ୍ତୁ ତାହେଲେ ଆମ ରୋଜି ରୋଟି ବଞ୍ଚିଯିବ । ଅନ୍ୟପଟେ ନିକଟରେ ସୀମା ହାଇଦର ମାମଲାରେ ଦୁଇଜଣଙ୍କୁ ଗିରଫ କରାଯାଇଛି । ଉଭୟ ଯୁବକ ସଚିନ ଏବଂ ସୀମାର ସମ୍ପର୍କୀୟ କୁହାଯାଉଛି । ଏମାନଙ୍କୁ ଫେକ୍ ଆଧାରକାର କାର୍ଡ ତିଆରି କରୁଥିବା ଅଭିେଯାଗରେ ଗିରଫ କରାଯାଇଛି ।

ପୋଲିସ ସେମାନଙ୍କ ଠାରୁ ୧୫ଟି ନକଲି ଆଧାରକାର୍ଡ ଜବତ କରିବା ସହ  ଆଧାରକାର୍ଡ ତିଆରି କରୁଥିବା ଉପକରଣକୁ ଜବତ କରିଛି । ଘଟଣାକୁ ନେଇ ଅଧିକ ତଥ୍ୟ ହାସଲ କରିଛି ପୋଲିସ । ତଦନ୍ତ ଚାଲୁଥିବାରୁ କହିବାକୁ ବାରଣ କରିଛି । ସଚିନଙ୍କ ନିର୍ଦ୍ଦେଶରେ ଏହି ଗିରଫଦାରି କରାଯାଇଥିବା ପୋଲିସ କହିଛି । ସୀମା ହାଇଦରକୁ ନେଇ ଆଜିକାଲି ଚର୍ଚ୍ଚା ଆଲୋଚନା ଲାଗିରହିଛି । ତେଣୁ ନୋଏଡା ପୋଲିସ ସୀମାର ପାସପୋର୍ଟ ଜବତ କରିଛି, ସୀମାଙ୍କ ପାକିସ୍ତାନୀ ପରିଚୟପତ୍ର, ପିଲାମାନଙ୍କର ପାସପୋର୍ଟ ସମେତ ପୁନରୁଦ୍ଧାର ହୋଇଥିବା ସମସ୍ତ ଦସ୍ତାବିଜ ପାକିସ୍ତାନ ଦୂତାବାସକୁ ପଠାଯାଇଛି ।

ତେଣୁ ସୀମା ପାକିସ୍ତାନୀ କି ନୁହେଁ ଏହା ନିଶ୍ଚିତ ଜଣାପଡ଼ିବ । ଅନ୍ୟପଟେ ଜବତ ହୋଇଥିବା ମୋବାଇଲ ଫୋନରୁ ତଥ୍ୟ ପ୍ରକୃତରେ ଡିଲିଟ୍ ହୋଇଛି କି ? କିନ୍ତୁ ସୀମା କହିଛନ୍ତି କୌଣସି ଡାଟା ଡିଲିଟ କରିନାହାନ୍ତି । ତେବେ ପୋଲିସ ଜବତ କରିଥିବା ମୋବାଇଲକୁ ଗାଜିଆବାଦର ଫୋରେନସିକ୍ ଲ୍ୟାବକୁ ପଠାଇଛି । ଯାହାର ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ ।

ଫୋରେନସିକ୍ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଏବଂ ପାକିସ୍ତାନ ପଟୁ ସୀମା ଅଭିଯୁକ୍ତର ପରିଚୟ ନିଶ୍ଚିତ ନହେବା ଯାଏ ଏହି ମାମଲାର ଚାର୍ଜସିଟ୍ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ତଦନ୍ତ ଜାରି ରହିବ । ତଦନ୍ତ ଶେଷ ହେବା ପରେ ହିଁ ନିଷ୍ପତି ନିଆଯିବ ଯେ ସୀମାଙ୍କୁ ଭାରତରେ ରହିବାକୁ ଅନୁମତି ଦିଆଯିବ ନା ପାକିସ୍ତାନକୁ ପଠାଯିବ । କିନ୍ତୁ ସୀମା ହାଇଦର ଭାବପ୍ରବଣ ହୋଇ କହିଛନ୍ତି ସେ ବର୍ତ୍ତମାନ ସେ ଜଣେ ହିନ୍ଦୁ ହୋଇପାରିଛନ୍ତି । ସେ କେବଳ ବାରତରେ ବଞ୍ଚିବାକୁ ଏବଂ ମରିବାକୁ ଚାହୁଁଛନ୍ତି ।