କରୋନା ଭୂତାଣୁ ନେଇ ରିଲିଜ ହୋଇଛି ଏହି ଫିଲ୍ମ…

1 min read

ମୁମ୍ବାଇ: ବିଶ୍ୱରେ ଚିନ୍ତା ବଢାଉଛି କରୋନା ଭାଇରସ । ୟୁଟ୍ୟୁବରେ ଗଜେବୋ ଏଣ୍ଟରଟେନମେଣ୍ଟ( Gazebo Entertainment) ଗୋଟେ ସର୍ଟ ଫିଲ୍ମ ରିଲିଜ କରିଛି ।  ଏହି ଚଳଚ୍ଚିତ୍ରର ନାଁ ହେଉଛି C + ।  ଏହାର ନିର୍ଦ୍ଦେଶକ ହେଉଛନ୍ତି ହର୍ଷବର୍ଦ୍ଧନ ଭ୍ୟାସ ଏବଂ ସୁବୋଧ ପାଣ୍ଡେ। ସୁବୋଧ ପାଣ୍ଡେ ଏହି ଫିଲ୍ମର ନିର୍ମାତା ମଧ୍ୟ । ସୁବୋଧ ପାଣ୍ଡେ ଏବଂ ମୃଦୁଲ ପାଣ୍ଡେ ଏହି ଚଳଚ୍ଚିତ୍ର ପାଇଁ ସ୍କ୍ରିପ୍ଟ ଲେଖିଥିଲେ । ଏହି ଚଳଚ୍ଚିତ୍ର ମାଧ୍ୟମରେ, କରୋନା କାରଣରୁ ଲୋକଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ଦର୍ଶାଯାଇଛି । ଫିଲ୍ମରେ କରୋନା ପାଇଁ ହୋଇଥିବା ଲକଡାଉନ୍ ଯୋଗୁଁ ସାଧାରଣ ଜୀବନରେ କଣ ପ୍ରଭାବ ପଡିଛି ତାହା ମଧ୍ୟ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ଲକଡାଉନ୍ ପାଇଁ ଏହି ଚଳଚ୍ଚିତ୍ରଟି ବହୁତ କମ ରିସୋର୍ସରେ ତିଆରି ହୋଇଛି  । କିନ୍ତୁ ଫିଲ୍ମର ବାର୍ତ୍ତା ଲୋକଙ୍କ ମଧ୍ୟରେ ପହଞ୍ଚିବାରେ ସଫଳ ହୋଇଛି ।

ଦେଶରେ ୭୦ ହଜାର ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨ ଦିନ ଭିତରେ ପ୍ରାୟ ୧୦ହଜାର ପଜିଟିଭ କେସ ସାମ୍ନାକୁ ଆସିଛି। ଦେଶର ୭ଟି ରାଜ୍ୟରେ ୩ହଜାର ଉପରେ ରହିଛି ସଂକ୍ରମିତଙ୍କ ସଂଖ୍ୟା। ତେବେ ଦେଶରେ ସଂକ୍ରମଣ ନିୟନ୍ତ୍ରଣ କରିବାକୁ ହେଲେ ଲକଡାଉନ୍ ସମ୍ପୂର୍ଣ୍ଣ ଭାବେ ଜାରି ରହିବା ଜରୁରୀ ।

ଲକଡାଉନ୍ ସମୟରେ ସବୁ ଫିଲ୍ମ ଓ ସିରିଏଲ୍ ଶୁଟିଂ ଠପ୍ ହୋଇଯାଇଛି । ହେଲେ ତଥାପି ସେଲିବ୍ରିଟିମାନେ ନିଜ ଜଲୱା ଦେଖାଉଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ପ୍ରତିଦିନ ସମସ୍ତ ଷ୍ଟାର୍ସମାନେ କିଛି ନା କିଛି ଅପଡେଟ୍ କରୁଛନ୍ତି । କିଛି ବଲିଉଡ ତାରକା ସାମାଜିକ ଦୂରତାକୁ ନେଇ ସର୍ଟ ଫିଲ୍ମ ମଧ୍ୟ ତିଆରି କରୁଛନ୍ତି । ନିକଟରେ ସଲମାନ ଖାନଙ୍କର ନୂଆ ଗୀତ ମଧ୍ୟ ରିଲିଜ ହୋଇଛି । ତେବେ କରୋନା ନେଇ ସମସ୍ତେ ସତର୍କ ଅଛନ୍ତି ସତ କିନ୍ତୁ କେହି ନିଜ କାମ ଛାଡିନାହାନ୍ତି । ଘରେ ରହି ମଧ୍ୟ ସେଲିବ୍ରିଟିମାନେ ଦର୍ଶକଙ୍କୁ ଏଣ୍ଟରଟେନ୍ କରୁଛନ୍ତି ।

Leave a Reply