spot_img

Latest Posts

ଆମେରିକା ସପିଂ ମଲରେ ଗୁଳିକାଣ୍ଡ, ୮ ଆହତ

ୱାସିଂଟନ: ଆମେରିକାର ୱିସକନସିନର ମେଫେୟାର ସପିଂ ମଲରେ ଗୁଳିକାଣ୍ଡ । ଆତତାୟୀର ଗୁଳିରେ ଆଠ ଜଣ ଆହତ ହୋଇଛନ୍ତି । ସେ ମଧ୍ୟରେ ସାତ ଜଣ ଯୁବକ ଥିବା ବେଳେ ଜଣେ ପ୍ରାପ୍ତ ବୟସ୍କ ଅଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୁଳିକାଣ୍ଡ ଘଟାଇଥିବା ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବାକୁ ପୋଲିସ ଉଦ୍ୟମ କରୁଛି ।

ସୂଚନା ଅନୁସାରେ, ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ମିଲ୍‌ଓ୍ଵାକି ଉପନଗରରେ ଥିବା ଏକ ମଲ୍‌ରେ ଗୁଳିକାଣ୍ଡ ଯୋଗୁଁ ଆଠଜଣ ବ୍ୟକ୍ତି ଆହତ ହୋଇଛନ୍ତି । କେଉଁ କାରଣରୁ ଗୁଳି ଚଳା ଯାଇଛି କିଏ ଏହି କାଣ୍ଡ କରିଛି ସେନେଇ କୌଣସି ସୂଚନା ମିଳିପାରି ନାହିଁ । ତେବେ ସନ୍ଦିଗ୍ଧ ବନ୍ଧୁକଧାରୀ ଫେରାର ହୋଇଯାଇଥିବା କଥା ଓ୍ଵିସ୍‌କନ୍‌ସନ୍‌ ପୁଲିସ କହିଛି।

ମେ’ ଫେୟାର୍‌ ମଲ୍‌ରେ ଘଟିଥିବା ଏହି ଗୁଳିକାଣ୍ଡର ଉଦ୍ଦେଶ୍ୟ ସଂକ୍ରାନ୍ତରେ ଓ୍ଵାଓ୍ଵାଟୋସା ପୁଲିସ ମୁଖ୍ୟ ବେରି ୱେବର୍‌ ଗଣମାଧ୍ୟମକୁ କୌଣସି ସୂଚନା ଦେଇ ନାହାଁନ୍ତି। ଜଣେ ପ୍ରାପ୍ତବୟସ୍କ ଏବଂ ସାତ ଜଣ କିଶୋର ଏଥିରେ ଆହତ ହୋଇଥିଲେ ବି ସମସ୍ତେ ଜୀବିତ ଥିବା କଥା ସେ ଜଣାଇଛନ୍ତି। ଗୁଳି ଚଳାଇଥିବା ବ୍ୟକ୍ତି ଘଟଣାସ୍ଥଳରେ ନ ଥିବା କଥା ସେ କହିଛନ୍ତି। ୱେବର୍‌ କହିଛନ୍ତି ଯେ, ଆହତମାନଙ୍କ ବୟାନ ଆଧାରରେ ସେହି ସନ୍ଦିଗ୍ଧ ଯୁବକ ଜଣଙ୍କ  ୨୦ରୁ ୩୦ ବର୍ଷ ବୟସ୍କ  ଏବଂ ରଙ୍ଗ ଶ୍ୱେତାଙ୍ଗ ବୋଲି ପୋଲିସ ସୂଚନା ଦେଇଛି । ଏହି ବ୍ୟକ୍ତିଙ୍କୁ ଖୋଜିବାକୁ ପୋଲିସ ଉଦ୍ୟମ ଚଳାଇଛି।

Latest Posts

Don't Miss