କାନାଡାରେ ହିନ୍ଦୁ ବ୍ୟବସାୟଙ୍କ ଘର ଉପରକୁ ଆଖିବୁଜା ଗୁଳିମାଡ଼

ନନ୍ଦିଘୋଷ ବ୍ୟୁରୋ: କାନାଡାର ବ୍ରିଟିଶ କଲମ୍ବିଆରେ ଗୁଳିକାଣ୍ଡ । ଜଣେ ହିନ୍ଦୁ ବ୍ୟବସାୟଙ୍କ ଘର ଉପରକୁ ଆଖିବୁଜା ଗୁଳିମାଡ଼ । ବ୍ରିଟିଶ କଲମ୍ବିଆର ସୁରେରେ ଘଟିଛି ଘଟଣା । ଗୁଳିକାଣ୍ଡ ପରେ ପୋଲିସ ପକ୍ଷରୁ ଜାରି ରହିଛି ଛାନବିନ । ଗତ ଡିସେମ୍ବର ୨୭ରେ ୮୦ ଆଭେନ୍ୟୁରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ସୁରେସ୍ଥିତ ଲକ୍ଷ୍ମୀ ନାରାୟଣ ମନ୍ଦିରର ସଭାପତି ସତୀଶ କୁମାରଙ୍କ ପୁଅଙ୍କ ଘର ଉପରକୁ ଗୁଳିମାଡ କରାଯାଇଛି । ଘଟଣାର ତଦନ୍ତ କରୁଛି ସୁରେ ରୟାଲ କାନାଡିଆନ ମାଉଣ୍ଟେଡ ପୋଲିସ । ତାଙ୍କ ଘର ଉପରକୁ ୧୪ ରାଉଣ୍ଡ ଗୁଳି ମରାଯାଇଥିବା କୁହାଯାଇଛି । ତେବେ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି ।