spot_img

Latest Posts

‘ସିଦ୍ଦିକୀଙ୍କୁ ହତ୍ଯା ପୂର୍ବରୁ ବଲିଉଡ ଅଭିନେତା ସଲମାନ ଖାଁଙ୍କୁ କରାଯାଇଥାନ୍ତା ହତ୍ଯା’

ନୂଆଦିଲ୍ଲୀ: ଏନସିପି ନେତା ବାବା ସିଦ୍ଦିକୀଙ୍କୁ ହତ୍ଯା ପୂର୍ବରୁ ବଲିଉଡ ଅଭିନେତା ସଲମାନ ଖାଁଙ୍କୁ କରାଯାଇଥାନ୍ତା ହତ୍ଯା। ପ୍ରାୟ ୨ ମାସ ତଳର ଚାଞ୍ଚଲ୍ଯକର ହତ୍ଯାକାଣ୍ଡକୁ ନେଇ ଆସିବାରେ ଲାଗିଛି ଚାଞ୍ଚଲ୍ଯକର ତଥ୍ଯ। ବାବା ସିଦ୍ଦିକୀଙ୍କ ହତ୍ଯାକାରୀମାନେ ପ୍ରଥମେ ସଲମାନଙ୍କୁ ହତ୍ଯା କରିବା ପରେ ସିଦ୍ଦିକୀଙ୍କୁ ହତ୍ଯା କରିବା ଲାଗି ଯୋଜନା କରିଥିଲେ। ତେବେ ଏଥିରେ ସଫଳ ନ ହୋଇ ପ୍ରଥମେ ସିଦ୍ଦିକୀଙ୍କୁ ହତ୍ଯା କରିଥିଲେ। ବହୁଚର୍ଚ୍ଚିତ ସିଦ୍ଦିକୀ ହତ୍ଯା ଘଟଣାର ତଦନ୍ତ ପ୍ରକ୍ରିୟାବେଳେ ଏହା ସାମ୍ନାକୁ ଆସିଛି।

ଗତ ଅକ୍ଟୋବର ୧୨ ତାରିଖରେ ୬୬ ବର୍ଷ ବୟସ୍କ ସିଦ୍ଦିକୀଙ୍କୁ ବାନ୍ଦ୍ରାସ୍ଥିତ ପୁଅ ଜିସାନ ସିଦ୍ଦିକୀଙ୍କ କାର୍ଯ୍ୟାଳୟ ସାମ୍ନାରେ ଗୁଳିକରି ହତ୍ଯା କରାଯାଇଥିଲା। ଜେରାବେଳେ ଅଭିଯୁକ୍ତ କହିଛି, ସେମାନେ ପ୍ରଥମେ ସଲମାନଙ୍କୁ ଗୁଳି କରିବା ଲାଗି ଯୋଜନା କରିଥିଲେ। ମାତ୍ର ସଲମାନଙ୍କ କଡ଼ା ସୁରକ୍ଷା ବ୍ଯବସ୍ଥା ଯୋଗୁ ସେମାନେ ଏଥିରେ ଅସଫଳ ହୋଇଥିଲେ। ଗତ ଏପ୍ରିଲ ୧୪ରେ ଦୁଇ ଜଣ ବାଇକ ଆରୋହୀ ସଲମାନଙ୍କ ବାନ୍ଦ୍ରାସ୍ଥିତ ବାସଭବନ ବାହାରେ ଗୁଳିମାଡ କରିଥିଲେ। ପରେ ଗୁଜରାଟରୁ ଦୁଇ ଅଭିଯୁକ୍ତ ଭିକି ଗୁପ୍ତା ଓ ସାଗର ପାଲଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣା ଲାଗି ନିଜକୁ ଦାୟୀ କରିଥିଲା ଲରେନ୍ସ ବିଷ୍ଣୋଇ ଗ୍ଯାଙ୍ଗ। ଗତ କିଛି ମାସ ମଧ୍ଯରେ ସଲମାନଙ୍କ ଉପରକୁ ବାରମ୍ବାର ହୋଇଛି ଆକ୍ରମଣ ଉଦ୍ଯମ।

Latest Posts

Don't Miss