ସୋଏବ ଅଖତରଙ୍କୁ କାହିଁକି ମିଳିଲା ୧୦୦ ମିଲିୟନ ଡଲାର ମାନହାନି ନୋଟିସ ?

1 min read

ଇସଲାମାବାଦ : ପାକିସ୍ତାନର ପୂର୍ବତନ ବରିଷ୍ଠ ଖେଳାଳି ସୋଏବ୍ ଅଖତରଙ୍କୁ ମିଳିଛି ୧୦୦ ମିଲିୟନ ଡଲାରର ମାନହାନି ନୋଟିସ । ପାକିସ୍ତାନର ଏହି ପୂର୍ବତନ କ୍ରିକେଟରଙ୍କ ପାଇଁ ନୁହେଁ ପାକିସ୍ତାନ ପାଇଁ ମଧ୍ୟ ଏତେ ବଡ଼ ରକମ ସ୍ୱପ୍ନ । ଏମିତିରେ ପ୍ରଶ୍ନ ଉଠିବ ଯେ, ସୋଏବଙ୍କୁ କିଏ ଓ କାହିଁକି ଏତେ ଟଙ୍କାର ମାନହାନି ନୋଟିସ ପଠାଇଛି । ଉତ୍ତର ହେଉଛି ପାକିସ୍ତାନର ସରକାରୀ ଚ୍ୟାନେଲ ପିଟିଭି ସୋଏବଙ୍କୁ ଏହି ନୋଟିସ ଦେଇଛି ।

ନୋଟିସରେ ସୋଏବଙ୍କୁ ୩ ମାସର ବେତନ ୩୩ ଲକ୍ଷ ୩୩ ହଜାର ଟଙ୍କା ସହିତ ୧ଶହ ମିଲିୟନ ଟଙ୍କା ଦେବାକୁ କହିଛି । ସୋଏବ ଯଦି ପିଟିଭି ନୋଟିସ ଅନୁସାରେ ଟଙ୍କା ନଦିଅନ୍ତି ତେବେ ପିଟିଭି କର୍ପୋରେସନ୍ ତାଙ୍କୁ ଅଦାଲତକୁ ଟାଣିବ । ସୂଚନାଯୋଗ୍ୟ ଯେ, ଅକ୍ଟୋବର ୨୬ ତାରିଖରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଲାଇଭ୍ ସମୟରେ ପିଟିଭି ସ୍ପୋର୍ଟସ ଆଙ୍କର ନୋମାନ ନିୟାଜଙ୍କ ସହିତ ସୋଏବଙ୍କର ଯୁକ୍ତିତର୍କ ହୋଇଥିଲା । ଏହାପରେ ସୋଏବ ଲାଇଭ୍ ଟିଭିରେ ନିଜ ଇସ୍ତଫା ଘୋଷଣା କରିଥିଲେ । ପରେ ବିବାଦ ଘନେଇବାରୁ ପିଟିଭି ସ୍ପୋର୍ଟସ ଉଭୟ ନୋମାନ ଓ ସୋଏବଙ୍କୁ ଅଫ୍ ଏୟାର କରିଥିଲା । ଏବେ କିନ୍ତୁ ପିଟିଭି ସୋଏବଙ୍କ ଅନ୍ ଏୟାର ଡ୍ରାମାକୁ ସହଜରେ ନେଇ ନାହିଁ । ଏହି ଡ୍ରାମା ସୋଏବଙ୍କୁ ମହଙ୍ଗା ପଡିଛି ।

କଣ୍ଟ୍ରାକ୍ଟ ନିୟମ ଅନୁସାରେ ପିଟିଭି ସୋଏବଙ୍କୁ ନୋଟିସ କରି ୧ଶହ ମିଲିୟନ ଡଲାର କ୍ଷତିପୂରଣ ମାଗିଛି । ଏହା ସହିତ ତିନି ମାସର ଦରମା ୩୩ ଲକ୍ଷ ଟଙ୍କା ଦେବାକୁ କହିଛି । ପିଟିଭି ନୋଟିସରେ କଣ୍ଟ୍ରାକ୍ଟର କ୍ଲଜ୍ ୨୨ର ଅନୁସାରେ ଦୁଇ ପକ୍ଷ ତିନି ମାସର ନୋଟିସ ଦେଇ କଣ୍ଟ୍ରାକ୍ଟକୁ ରଦ୍ଧ କରିପାରିବେ କିମ୍ବା ତିନି ମାସର ଦରମା ଟଙ୍କା ଦେଇ କଣ୍ଟ୍ରାକ୍ଟରୁ ଓହରି ପାରିବେ । ପିଟିଭିର କହିବା ହେଉଛି ସୋଏବ ନିୟମ ଅନୁସାରେ ତିନି ମାସର ନୋଟିସ ନଦେଇ ଇସ୍ତଫା ଦେଇଛନ୍ତି । ତେଣୁ ତାଙ୍କୁ ପିଟିଭି କର୍ପୋରେସନକୁ ୩ ମାସର ଦରମା ବାବଦକୁ ୩୩ ଲକ୍ଷ ୩୩ ହଜାର ଟଙ୍କା ଦେବାକୁ ପଡ଼ିବ । ,

ପିଭିଟିର ଦାବି ଯେ, କୌଣସି ପୂର୍ବ ସୂଚନା ନ ଦେଇ ଟି-ଟ୍ୱେଣ୍ଟି ୱାଲ୍ଡ କପ୍ ଚାଲୁଥିବା ସମୟରେ ସୋଏବ୍ ଦୁବାଇ ଛାଡ଼ିଦେଇଥିଲେ । ଏହି ସମୟରେ ଭାରତୀୟ ଖେଳାଳି ହରବଜନ ସିଂଙ୍କ ସହ ଭାରତର ଏକ ଟିଭି ଚ୍ୟାନେଲରେ ଉପସ୍ଥିତ ଥିବାରୁ ପିଭିଟି ଚ୍ୟାନେଲର ଅନେକ ଆର୍ଥିକ କ୍ଷତି ହୋଇଥିଲା ।

Leave a Reply