ଉତ୍ତରପ୍ରଦେଶରେ ଏମିତି ନଦୀକୁ ଫୋପଡା ଯାଉଛି କରୋନା ସଂକ୍ରମିତଙ୍କ ଶବ, ସୋସିଆଲ ମିଡିଆରେ ଭାଇରାଲ ଭିଡିଓ
1 min readଲକ୍ଷ୍ନୌ: ସୋସିଆଲ ମିଡିଆରେ ଚମକାଇ ଦେବା ଭଳି ଗୋଟିଏ ଭିଡିଓ ଭାଇରାଲ ହେଉଛି,ଯେଉଁଥିରେ ଜଣେ କରୋନା ସଂକ୍ରମିତଙ୍କ ଶବକୁ କିଛି ଲୋକ ନଦୀକୁ ଫୋପାଡୁଥିବା ଦେଖିବାକୁ ମିଳୁଛି । ବଳରାମପୁର ଜିଲ୍ଲାର ଏହି ଭିଡିଓ ବୋଲି କୁହାଯାଉଛି । ଗଙ୍ଗାକୁଳରୁ ହଜାର ହଜାର ସଂଖ୍ୟାରେ ମୃତଦେହ ମିଳୁଥିବା ବେଳେ ଏହି ଭିଡିଓ ଉତ୍ତରପ୍ରଦେଶର ସରକାରଙ୍କ କରୋନା ମ୍ୟାନେଜମେଣ୍ଟ୍ ଉପରେ ପ୍ରଶ୍ନ ଉଠାଉଛି ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ମେ ୨୮ ତାରିଖର ବୋଲି ଜଣା ପଡିଛି । ବଳରାମପୁରର ଏକ ବ୍ରିଜ୍ ଉପରୁ ଦୁଇଜଣ ବ୍ୟକ୍ତି ଏକ ଶବକୁ ନଦୀ ଭିତରକୁ ଫୋପାଡୁଥିବା ଦେଖାଯାଉଛି । ଦୁଇ ଜଣଙ୍କ ମଧ୍ୟରୁ ଜଣେ ପିପିଇ କିଟ୍ ପିନ୍ଧିଥିଲେ । ନଦୀ ମଧ୍ୟକୁ ଶବ ଫୋପଡା ଯାଉଥିବା ବେଳେ ରାସ୍ତା ଦେଇ ଅନେକ ଗାଡି ଯିବାଆସିବା କରୁଥିଲା ।
In UP’s Balrampur district, video of body of man being thrown in the river from a bridge has surfaced. The body was of a man who succumbed to Covid on May 28. pic.twitter.com/DEAAbQzHsL
— Piyush Rai (@Benarasiyaa) May 30, 2021
ଭିଡିଓ ଭାଇରାଲ ହେବା ପରେ ମୃତବ୍ୟକ୍ତି କୋଭିଡ୍ ସଂକ୍ରମିତ ଥିଲେ କି ନାହିଁ ତାକୁ ନେଇ ସନ୍ଦେହ ଥିଲା କିନ୍ତୁ ପରେ ବଳରାମପୁର ମୁଖ୍ୟ ଚିକିତ୍ସା ଅଧିକାରୀ ବିବି ସିଂହ ମୃତ ବ୍ୟକ୍ତି କୋଭିଡ୍ ସଂକ୍ରମିତ ଥିବା ନେଇ ସୂଚନା ଦେଇଛନ୍ତି । ସିଏମଓଙ୍କ ଅନୁସାରେ କୋଭିଡ୍ ସଂକ୍ରମିତଙ୍କ ସମ୍ପର୍କୀୟ ଶବକୁ ନଦୀ ମଧ୍ୟକୁ ଫୋପାଡିଥିଲେ ।
ସୂଚନା ଅନୁସାରେ ମୃତବ୍ୟକ୍ତି ମେ ୨୫ ତାରିଖ ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଓ ମେ’ ୨୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ନଦୀ ମଧ୍ୟକୁ ଶବ ଫୋପାଡିଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜ୍ଜ ହୋଇଛି ।