ଟଙ୍କା ହିସାବ ଦେଇ ପାରିଲାନି ପୁଅ, ନିଆଁ ଲଗାଇଦେଲା ବାପ
1 min readନୂଆଦିଲ୍ଲୀ: ଟଙ୍କା ହିସାବ ଦେଇ ନପାରିବାରୁ ପୁଅକୁ ନିଆଁ ଲଗାଇଦେଲେ ବାପା । ଘଟଣା ବେଙ୍ଗାଲୁର ବାଲ୍ମିକି ନଗରର । ଅର୍ପିତ ସେତିଆଙ୍କର କେମିକାଲ ରଙ୍ଗ ବ୍ୟବସାୟ କରୁଥିବା ବେଳେ। ପୁଅ ସୁରେନ୍ଦ୍ର କୁମାର ବ୍ୟବସାୟରେ ବାପାଙ୍କୁ ସହଯୋଗ କରୁଥିଲେ । ଏହାସହ ସୁରେନ୍ଦ୍ର ଆକାଉଣ୍ଟସ ମଧ୍ୟ ବୁଝୁଥିଲେ । ବ୍ୟବସାୟରେ ବ୍ୟାପକ କ୍ଷତି ହେବା ପରେ ଆକାଉଣ୍ଟସରେ ଗୋଳମାଳ ଥିବା ଜଣାପଡ଼ିଥିଲା ।
In a shocking incident, a man set his son afire after the latter threatened to finish him off over monetary dispute in #Bengaluru.
The disturbing CCTV footage of the incident has become viral on social media. pic.twitter.com/PQaXGoaBOo
— IANS (@ians_india) April 7, 2022
ମାତ୍ର ସୁରେନ୍ଦ୍ର ଦେଢ଼ କୋଟି ଟଙ୍କାର ହିସାବ ଦେଇପାରିନ ଥିଲେ । ଫଳରେ ଅର୍ପିତ ପୁଅ ସୁରେନ୍ଦ୍ରଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ । ୧ ଏପ୍ରିଲରେ ସୁରେନ୍ଦ୍ରଙ୍କ ଦେହରେ ନିଆଁ ଲାଗିଥିବା ବେଳେ ପଡୋଶୀ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଅଭିଯୁକ୍ତ ବାପା ଅର୍ପିତ ସେତିଆଙ୍କୁ ଗିରଫ କରିଛି ପୋଲିସ ।