ଅର୍ଥନୀତିକୁ ବଡ଼ ଝଟକା: ସର୍ବନିମ୍ନ ସ୍ତରରେ ଦେଶର ମାନୁଫାକଚରିଂ ସେକ୍ଟର
1 min read
ଦେଶର ଅର୍ଥନୀତିକୁ ଲାଗିଛି ଏକ ବଡ଼ ଝଟକା । ମାନୁଫାକଚରିଂ ସେକ୍ଟରରେ ହ୍ରାସ ଏହା ପଛର କାରଣ । ଏହି ସେକ୍ଟରକୁ ନେଇ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ଅତ୍ୟନ୍ତ ଚିନ୍ତାଜନକ । ମାନୁଫାକଚରିଂ ସେକ୍ଟରର ଅଙ୍କ ୧୪ ମାସରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଉତ୍ପାଦନ ହ୍ରାସ କାରଣରୁ ମାନୁଫାକଚରିଂ ସେକ୍ଟରରେ ଏହି ହ୍ରାସ ପରିଲକ୍ଷିତ ହୋଇଛି । ନୂଆା କଣ୍ଟ୍ରାକ୍ଟ ଓ ପ୍ରଡକ୍ସନ ଗ୍ରୋଥ ହ୍ରାସ ମଧ୍ୟରେ ଫେବୃଆରୀରେ ଭାରତର ମାନୁଫାକଚରିଂ ସେକ୍ଟରର ବୃଦ୍ଧି ହାର ୧୪ ମାସରେ ତଳ ସ୍ତରକୁ ଚାଲିଆସିଛି । ଏଚଏସବିସି ଭାରତ ବିନିର୍ମାଣ କ୍ରୟ ପ୍ରବନ୍ଧକ ସୂଚକାଙ୍କ (PMI) ଫେବୃଆରୀରେ ୫୬.୩ ଅଙ୍କ ରହିଥିଲା, ଯାହାକି ଜାନୁଆରୀର ୫୭.୭ ଅଙ୍କ ଠାରୁ କମ୍ । ପିଏମଆଇ ଭାଷାରେ ୫୦ରୁ ଉପର ଅଙ୍କ ବିସ୍ତାରକୁ ଦର୍ଶାଇଥାଏ ଓ ୫୦ରୁ କମ ଅଙ୍କରେ ରହିଥିଲେ ତାହା ସଙ୍କୋଚନର ସଙ୍କେତ ହୋଇଥାଏ ।
ଏଚଏସବିସି ଭାରତ ମୁଖ୍ୟଙ୍କ ମତରେ, ୨୦୨୩ ଡିସେମ୍ବର ପରେ ଉତ୍ପାଦନ ବୃଦ୍ଧି ସବୁଠାରୁ ଦୁର୍ବଳ ସ୍ତରକୁ ଚାଲିଆସିଥିଲା । ଭାରତର ମାନୁଫାକଚରିଂ ସେକ୍ଟର ମୋଟାମୋଟି ଭାବେ ଫେବୃଆରୀରେ ବ୍ୟାପକ ଭାବେ ସକାରାତ୍ମକ ରହିଥିଲା । ଜାନୁଆରୀରେ ୧୪ ବର୍ଷର ଉଚ୍ଚତମ ସ୍ତରରୁ କମ୍ ରହିବା ପରେ ବି ବିସ୍ତାରର ଗତି ତେଜ ରହିଥିବା ସର୍ଭେରେ କୁହାଯାଇଛି । ନୂଆ ରପ୍ତାନୀ ଅର୍ଡରରେ ବୃଦ୍ଧି ହୋଇଥିଲା । କାରଣ ନିର୍ମାତାମାନେ ବିଶ୍ବରେ ନିଜ ମାଲର ଚାହିଦାରୁ ଲାଭ ଉଠାଇବାକୁ ଜାରି ରଖିଥିଲେ । ଚାକିରି କ୍ଷେତ୍ରରେ ଫେବୃଆରୀରରେ କର୍ମଚାରୀଙ୍କ ସଂଖ୍ୟାରେ ବିସ୍ତାର ଦେଖିବାକୁ ମିଳିଥିଲା ।