spot_img

Latest Posts

ପ୍ରେମୀ ଯୁଗଳଙ୍କୁ ବଳଦ ଦଣ୍ଡ ; ସମ୍ପର୍କୀୟ ଭାଇ ଭଉଣୀ ବାହା ହେବାରୁ ନିର୍ଯାତନା

ରାୟଗଡ଼ା : ରାୟଗଡ଼ା କଞ୍ଜାମ ଯୋଡ଼ି ପରେ କୋରାପୁଟ ପେଦା ଇଟିଗୀରେ ଏବେ ପୁଣି ବନ୍ଧୁଗାଁ ବ୍ଲକ୍ ଚିଡିୱାଲସାରେ ସମାନ ଦୃଶ୍ୟ। ସମ୍ପର୍କୀୟ ଭାଇ ଓ ଭଉଣୀ ବାହାହେଲେ ବୋଲି ଶୁଦ୍ଧି ପାଇଁ ପୁଣି ଗାଁ ଦାଣ୍ଡରେ ହଳ କରାଇଲେ ଗ୍ରାମବାସୀ। ହେଲେ ଏଠି ଦୃଶ୍ୟ ଟିକେ ଅଲଗା, କାରଣ ପୂର୍ବ ଚିତ୍ରରେ କାନ୍ଧରେ ଯୁଆଡ଼ି ପକାଇ ହଳ କରାଯାଇଥିଲା। ଆଉ ଏବେ ସ୍ବାମୀ ଆଗେ ଆଗେ ଗଲା ପରେ ସ୍ତ୍ରୀ ପଛେ ପଛେ ଯାଇ ହଳ କରୁଛି। ମାଟି ମାଆକୁ କ୍ଷମା ମାଗିବା ଓ ନିଜକୁ ଶୁଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରେମୀ ଯୁଗଳଙ୍କୁ ହଳ କରାଇଛନ୍ତି ଗ୍ରାମବାସୀ।

Latest Posts

Don't Miss