ଡମ୍ପର ପଛେ ପଛେ ଯାଉଥିଲେ, ଅଚାନକ ଆକାଶରୁ ଖସିଲା ମୃତ୍ୟୁ
1 min read
ବରଗଡ଼: ମୃତ୍ୟୁ କେଉଁଠି, କେତେବେଳେ, କେମିତି ହେବ କହିବା ମୁସ୍କିଲ୍ । ଏମିତି ହୃଦୟ ବିଦାରକ ମୃତ୍ୟୁ ହୋଇଛି ବରଗଡ଼ ଜିଲ୍ଲା ବରପାଲି ବ୍ଲକରେ । ଏକ ଡମ୍ପର ପଛେ ପଛେ ବାଇକ୍ ଯୋଗେ ୨ ଜଣ ଯାଉଥିଲେ । ବରପାଲି କେନାଲ ଛକ ଦେଇ ଭଟିଗାଁ-ମହଦା କେନାଲ ଛକ ଆଡ଼କୁ ଯାଉଥିବା ବେଳେ ହଠାତ୍ ଡମ୍ପରଟି ଏକ ଗଛକୁ ଧକ୍କା ଦେଇଥିଲା । ଫଳରେ ଗଛର କିଛି ଅଂଶ ରାସ୍ତା ଉପରେ ପଡ଼ି ଯାଇଥିଲା ।
ଆଉ ଡମ୍ପର ପଛରେ ଯାଉଥିବା ବାଇକରେ ଯାଉଥିବା ୨ ଜଣ ଗଛର ଭାଙ୍ଗି ପଡ଼ିଥିବା ଅଂଶରେ ଚାପି ହୋଇ ଯାଇଥିଲେ । ସ୍ଥାନୀୟ ଲୋକ ଆମ୍ବୁଲାନ୍ସରେ ଉଭୟଙ୍କୁ ବରପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତ ଯୁବକଙ୍କ ମଧ୍ୟରୁ ଜଣେ ବରପାଲି ବ୍ଲକ ଓ ଅନ୍ୟଜଣେ ସୋନପୁର ଜିଲ୍ଲା ରାମପୁର ଥାନା ସାହାଯବାହାଲର ବୋଲି ଜଣାପଡ଼ିଛି । ବାଇକ ଚଳାଇବା ବେଳେ ଉଭୟ ହେଲମେଟ୍ ପିନ୍ଧିନଥିଲେ । ହେଲମେଟ୍ ପିନ୍ଧିଥିଲେ ହୁଏତ ଜୀବନ ବଞ୍ଚି ଯାଇଥାନ୍ତା ।